ବଡମ୍ବା ର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକା ଙ୍କ ଗର୍ଭଗୃହ କୁ ପଶିଲା ବନ୍ୟାଜଳ

କଟକ : ଗଭୀର ଅବପାତ ପ୍ରଭାବରେ ସର ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ମହାନଦୀର ଉପର ମୁଣ୍ଡରେ କ୍ରମାଗତ ବର୍ଷା ଫଳରେ ହୀରାକୁଦ ଗେଟ୍ କୁ ଖୋଲି ଦିଆଯାଇ ଜଳ ନିଷ୍କାସନ କରାଯାଇଛି। ମହାନଦୀ ଏବଂ ଏହାର ଶାଖା ନଦୀରେ ସାମାନ୍ୟ ବନ୍ୟା ଦେଖାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟାର ମୁକାବିଲା ପାଇଁ ସତର୍କ ରହିଛନ୍ତି।ଆଜି ଗୁରୁବାର ଦିନ 2ଟା ସୁଦ୍ଧା ମୁଣ୍ଡଳୀ 8 ଲକ୍ଷ 43 ହଜାର 86 କିୟୁସେକ୍ ଜଳ ପ୍ରବାହିତ ହେଉଛି। ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର 619.45 ରହିଛି। ମହାନଦୀ ବନ୍ୟାଜଳରେ
ବଡମ୍ବା ର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକା ଙ୍କ ଗର୍ଭଗୃହ କୁ ପଶିଲା ବନ୍ୟାଜଳ। ମାଆ ଭଟ୍ଟାରିକା ଙ୍କୁ ସର ଘରକୁ ସ୍ଥାନାନ୍ତର କଲେ ସେବାୟତ। ମହାନଦୀର ଜଳସ୍ତର ବୃଦ୍ଧି ଯୋଗୁ ମନ୍ଦିର ଭିତରକୁ ପଶିଗଲା ପାଣି। ମାଆ ଭଟ୍ଟାରିକା ଙ୍କର ଚଳନ୍ତି ପ୍ରତିମା ଙ୍କୁ ପୂଜକ ମାନେ ରତ୍ନଗିରି ପାହାଡ଼ ଉପରେ ଥିବା ସର ଘର କୁ ସ୍ଥାନାନ୍ତର କରିଛନ୍ତି। ମାଆ ଭଟ୍ଟାରିକା ଙ୍କର ନୀତିକାନ୍ତି ରେ କୌଣସି ବ୍ୟାଘାତ ସୃଷ୍ଟି ନ ହୁଏ ସେଥିପାଇଁ ମଧ୍ୟ ଦେବୋତ୍ତର ଓ ମନ୍ଦିର ସେବାୟତ ସଜାଗ ହୋଇ ରହିଛନ୍ତି। ମନ୍ଦିର ଭିତରେ ୫ ଫୁଟ ବନ୍ୟାଜଳ ପ୍ରବେଶ କରିଛି। ମନ୍ଦିର ବୁଡିବା ସହ ଚାରିପଟ ପାଣି ପଶି ରହିଛି।

Leave a Reply

Your email address will not be published. Required fields are marked *