
ରାଜଗାଙ୍ଗପୁର (କ.ବ୍ୟୁ.) : ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ଛତାମ ଗ୍ରାମରେ ଆଜି ଭୋର ସମୟରେ ଶୌଚ ପାଇଁ ନିକଟସ୍ଥ ନାଳ କୁ ଯାଇଥିବା ବେଳେ ଯୁବକ ଟି ହାତୀ ସମୁଖ ରେ ପଡି ଯାଇଥିଲା ହାତୀକୁ ଦେଖି ସେ ଦୌଡ଼ି ଯିବା ପାଇଁ ଚେଷ୍ଟା କରିବା ଥିବା ବେଳେ ହାତୀ ସମୁଖ ରୁ ବର୍ତ୍ତୀ ପାରିନଥିଲା ଯୁବକ କୁ ଶୁଣ୍ଢ ରେ ନେଇ କଚାଡି ଦେବା ପରେ ଘଟଣା ସ୍ଥଳରେ ତାର ମୃତୁ ହେବା ଜଣାଯାଇଛି l ଘଟଣାରୁ ଜଣାଯାଇଛି ଯେ ଛତାମ ଗ୍ରାମ ପଞ୍ଚାୟତର ମନ୍ତାପଡା ଗ୍ରାମର ଫିଲମନ କୁଲୁ (35)ଘରେ ଶୋଇ ଉଠି ଝାଡା ଯିବାପାଇଁ ପାଣି ନେଇ ଘରର ଅନୀତି ଦୂରକୁ ଯିବା ସମୟରେ ହାତୀର ସମ୍ମୁଖୀନ ହୋଇଥିଲା ଫିଲମାନ ନିକଟସ୍ଥ ଗଭୀର ବିଲ ଭିତର କୁ ଡ଼େଇଁ ପଡି ଥିଲା କିନ୍ତୁ ହାତୀ ମଧ୍ୟ କ୍ଷେତ କୁ ଖସି ପଡି ଗୋଡ଼ରେ କଚାଡି ଦେଇ ଥିଲେ ଘଟଣା ସ୍ଥଳରେ ଯୁବକ ର ମୃତ୍ୟୁ ହୋଇ ଯାଇଥିଲା l କାହିଁକି ଫିଲମନ ଝାଡା ଯାଇଥିଲା ଆସିନାହିଁ କହି ତାର ପରିବାର ସଦସ୍ୟ ତାକୁ ଖୋଜିବାକୁ ଯାଇ ଦେଖିଲେ ଯେ ବିଲ ଭିତରେ ପଡି ଥିବା ଦେଖି ତୁରନ୍ତ ପୋଲିସ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଵା ପରେ ଉପଖଣ୍ଡ ବନ ଅଧିକାରୀ ଗୁରୁଚରଣ ମଣ୍ଡଳ ପହଂଚିବା ପରେ କିଛି ପାଇଁ ଉତ୍ତେଜନା ଦେଖା ଯାଇଥିଲା ପ୍ରତି ବର୍ଷ ହାତୀ ଉପଦ୍ରଵରେ ଜନ ଜୀବନ ହରାଇବାକୁ ପଡୁଛି ତାର କିଛି ପ୍ରତିକାର କରିବା ପାଇଁ ଗ୍ରାମବାସୀ ମାନେ ଉତେଜିତ ହୋଇ ଥିଲେ l ଉପଖଣ୍ଡ ଅଧିକାରୀ ଲୋକଙ୍କୁ ବୁଝେଇଵା ପରେ ଶାନ୍ତ ବାତାବରଣ ଦେଖା ଦେଇଥିଲା ଶବକୁ ପୋଲିସ ଜବତ କରି ରାଜଗାଙ୍ଗପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟଵଚ୍ଛେଦ ପାଇଁ ଆଣିଥିଲେ l ଶବ ବ୍ୟବଛେଦ ପରେ ତାର ପରିବାରକୁ ପୋଲିସ ଶବ ହସ୍ତାନ୍ତର କରିଥିଲେ l ବନ ବିଭାଗ ପକ୍ଷରୁ ଶବ ଶଙ୍କାର କରିବା ପାଇଁ ଆର୍ଥିକ ସାହାଯ୍ୟ କରିଥିବା ଜଣାଯାଇଛି l
(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )