ହେ ଗୋବିନ୍ଦ …. !

ହେ ଗୋବିନ୍ଦ ….. ! 🙏
ଘାରିଛି କି ପ୍ରଭୁ ଅଚିନ୍ତା ନିଦ
ସଂସାରର କର୍ତ୍ତା ଶୋଇକି ରହିଲେ
ବୁଝିବ କିଏସେ ଯେ’ ଭଲ-ମନ୍ଦ …?(O)

ରାମ ଅବତାରେ ବଧିଲ ରାବଣ
କୃଷ୍ଣ ଅବତରେ ମାରିଲ କଂସ,
ଯୁଗ ଯୁଗ ଧରି ଧର୍ମ ରକ୍ଷା କରି
ଅଧର୍ମକୁ ତୁମେ କଲ ବିନାଶ ;
ଏବେ କାହିଁପାଇଁ କହରେ କହ୍ନାଇ
କୁମ୍ଭକର୍ଣ୍ଣ ପରି ଘାରିଛି ନିଦ ….! (୧)

ଦେଖି ତୋ’ ଶୟନ କେଉଁ ଶଇତାନ
କରୁଅଛି ସଦା ସେ’ ଅତ୍ଯାଚାର,
ପାପ ଜର୍ଜରିତ କରେ ଭୟଭୀତ
ବୁଡ଼ିଲାଣି ଭେଳା ସୁନା ସଂସାର ;
ଜଗତର ନାଥ ଆହେ ଜଗନ୍ନାଥ
ଭାଙ୍ଗ ଏବେ ପ୍ରଭୁ ଅଚିନ୍ତା ନିଦ…. ! (୨)

ଉଠ ଉଠ ପ୍ରଭୁ ଉଠ ହେ ଗୋବିନ୍ଦ
ସଂସାରକୁ ଏବେ ଦେଖ ତୋହର
ନାହିଁ ଆଉ ଧର୍ମ ସତ୍ଯ ଶାନ୍ତି ପ୍ରୀତି
ସୀମାହୀନ ଆଜି ଯେ’ ଭ୍ରଷ୍ଟାଚାର ;
ପାପ ଅଧର୍ମକୁ ବିନାଶି ହେ ପ୍ରଭୁ
ସଂସାରରେ ଭରି ଦିଅ ଆନନ୍ଦ …. ! (୩)

ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ଯ ପତ୍ରିକା / କୋଲକାତା
Jatiya Pragati Abhiyan / Kolkata

Leave a Reply

Your email address will not be published. Required fields are marked *