

କଟକ : ବିଶିଷ୍ଟ ଶତାୟୁ ସ୍ୱାଧୀନତା ସଂଗ୍ରାମୀ ତଥା ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ବିମ୍ବାଧର ମୁଦୁଲିଙ୍କର ପରଲୋକ ହୋଇଯାଇଛି। କଟକ ଏସ.ସି.ବି. ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା।ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ମୁଦୁଲି କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ମୂଳ ବାସିନ୍ଦା ଥିଲେ। ଦେଶର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅତୁଳନୀୟ ଅବଦାନ ରହିଥିଲା। ନିକଟରେ ସେ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ଭାବେ ନିର୍ବାଚିତ ହୋଇ କାର୍ଯ୍ୟ କରୁଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳ ସମେତ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ବିଭିନ୍ନ ମହଲରୁ ତାଙ୍କ ଅମର ଆତ୍ମାର ସଦଗତି କାମନା କରାଯିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଯାଇଛି।କଟକ ବଡ ମେଡିକାଲ କଟକ ମେୟର ସୁବାସ ସିଂ, ବିଜେପି ନେତା ପ୍ରଭାତ ବିଶ୍ଵାଳ ଓ ଅନ୍ୟ ମାନେ ତାଙ୍କ ଶେଷ ଦର୍ଶନ କରିଛନ୍ତି।