କଲେଜ ଛକ ଠାରେ ଛାତ୍ର ଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ

କଟକ : ଦିଲ୍ଲୀର ୟନ୍ତର ମନ୍ତର ରୋଡ ଠାରେ ଗତକାଲି ଛାତ୍ର ଛାତ୍ରୀ ମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ର ଇସ୍ତଫା ଦାବି କରି ପୋଲିସ ର ଛାତ୍ର ଛାତ୍ରୀ ଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଆଜି କଟକ ରେ ଏକ ଛାତ୍ର ସଂଗଠନ ପକ୍ଷରୁ ପ୍ରତି ବାଦ୍ କରାଯାଇଛି। ଛାତ୍ର ସଂଗଠନ ର କର୍ମକର୍ତ୍ତା ମାନେ କଲେଜ ଛକ ଠାରେ ଏହି ଘଟଣା କୁ ନେଇ କଲେଜ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି ଯେ କାକ୍ରୋଚ ଜନତା ପାର୍ଟି ପକ୍ଷରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରଶ୍ନ ପତ୍ର ପ୍ରଘଟ ଘଟଣାକୁ ନେଇ ଇସ୍ତଫା ଦାବି କରି ଆନ୍ଦୋଳନ ଚଳାଇ ଥିଲା ବେଳେ ପୋଲିସ ଛାତ୍ର ଛାତ୍ରୀ ଙ୍କ ଉପରେ ଆକ୍ରମଣ କରି ଲାଠି ଚାଳନା କରିଥିଲେ। ଏହି ଘଟଣା କୁ ନେଇ ସମଗ୍ର ଦେଶରେ ପ୍ରତିବାଦ ଦିବସ ପାଳନ କରାଯାଉଛି। କଟକ ଛାତ୍ର ସଂଗଠନ ପକ୍ଷରୁ କଲେଜ ଛକ ଠାରେ ପ୍ରତିବାଦ ଦିବସରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥି ସହିତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ର ଇସ୍ତଫା ଦାବି କରାଯାଇଛି। କଟକ ର କେତେକ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଏହି ବିକ୍ଷୋଭ ରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *