ଲଗାଣ ବର୍ଷା, ଚାଷ ଜମି ଜଳମଗ୍ନ

ଚଣ୍ଡିଖୋଲ,୨୩/୭(କ.ଵ୍ୟୁ)(ପ୍ରଶାନ୍ତ କୁମାର ଜେନା) ଉତ୍ତର- ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ଚାରିଦିନ ହେଲା ଲଗାଣ ବର୍ଷା ଜାରି ରହିଛି। ଫଳରେ ଚାଷ ଜମି ଜଳମଗ୍ନ ହେବା ସହିତ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି।ବଡଚଣା ରେ ୧୩ମିଲି ମିଟର ବର୍ଷା ରେକର୍ଡ ହୋଇଥିବା ଜଣା ପଡ଼ିଛି। ଜୁଲାଇ ମାସ ରେ ଖରିପ୍ ଧାନ ଚାଷ ଆରମ୍ଭ ହେଉଥିବାରୁ ଏହି ବର୍ଷା ଚାଷୀ ଙ୍କ ପାଇଁ ଆଶ୍ୱସ୍ତି ଆଣିଛି। ପୂର୍ବରୁ ସ୍ୱଳ୍ପ ବର୍ଷା ଯୋଗୁ ଚାଷୀ ମାନେ ଧାନ ରୁଆ ପାଇଁ ତଳି ପକାଇ ପାରି ନ ଥିଲେ। ଫଳରେ ଚାଷ କାର୍ଯ୍ୟ ବିଳମ୍ବ ଘଟିଥିଲା। ମାତ୍ର ଚାରିଦିନ ଧରି ଲଗାଣ ବର୍ଷା ଜାରି ରହିବା ଫଳରେ ଚାଷ ଜମି ଜଳମଗ୍ନ ହୋଇଛି। ଜଳ ନିଷ୍କାସନ ନ ହେବା ପର୍ଯ୍ୟନ୍ତ ଚାଷ କାର୍ଯ୍ୟ ଆରମ୍ଭ ହୋଇ ପାରିବ ନାହିଁ।ଚଣ୍ଡିଖୋଲ ଛକ ଠାରୁ ଛତିଆ ପର୍ଯ୍ୟନ୍ତ ୧୬ନମ୍ୱର୍ ଜାତୀୟ ରାଜପଥ ଉଭୟ ପାର୍ଶ୍ଵରେ ଥିବା ଜଳ ନିଷ୍କାସନ ପଥ କୁ ଅବରୋଧ କରିବା ଫଳରେ ଜଳ ନିଷ୍କାସନ ହୋଇ ପାରୁ ନାହିଁ। ଫଳରେ ଚାଷ ଜମି ଜଳମଗ୍ନ ହେବା ସହିତ ଫସଲ ନଷ୍ଟ ହେଉଛି। ଏଥି ସହିତ ତୃଟି ପୂର୍ଣ୍ଣ ନକ୍ସା ଯୋଗୁ ଚଣ୍ଡିଖୋଲ ଛକ ର ବିଭିନ୍ନ ସ୍ଥାନରେ ଦୋକାନୀ ମାନେ ଜଳବନ୍ଦୀ ହେବା ସହିତ ଯାତାୟାତ ରେ ଅସୁବିଧା ହେଉଛି। ବିଶେଷ କରି ଡ୍ରେନ ଗୁଡିକରେ ବର୍ଯ୍ୟ ବସ୍ତୁ ଭର୍ତ୍ତି ହୋଇଥିବା ଯୋଗୁ ଜଳ ନିଷ୍କାସନ ରେ ବାଧା ସୃଷ୍ଟି ହେଉଛି। ବର୍ଷା ପୂର୍ବରୁ ଯଦି ଡ୍ରେନ୍ ସଫା କରା ନ ଯାଏ ତାହାହେଲେ ଚଣ୍ଡିଖୋଲ ଛକ ଅବସ୍ଥା ବେହାଲ ହେବ। ଏହି ଲଘୁଚାପ ଜନିତ ବର୍ଷା ଆଗାମୀ ୮ତାରିଖ ପର୍ଯ୍ୟନ୍ତ ଲାଗି Star ବୋଲି ପାଣି ପାଗ ବିଭାଗ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *