ଚଣ୍ଡିଖୋଲ ୧୮/୭(କ.ଵ୍ୟୁ) (ପ୍ରଶାନ୍ତ କୁମାର ଜେନା)
ପେନସନ ଓ ଅବସରକାଳୀନ ସୁବିଧା ପ୍ରଦାନରେ ବିଳମ୍ବକୁ ନେଇ ଦାଖଲ ହୋଇଥିବା ରିଟ ପିଟିସନ କେସ ନମ୍ୱର୍ ୧୯୫୨୩/୨୦୨୬ଆବେଦନର ଶୁଣାଣି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାର ଙ୍କୁ ସଂପୃକ୍ତ କର୍ତ୍ତୃପକ୍ଷ ଙ୍କୁ ଆବେଦନକାରି ଙ୍କ ଦାବୀ ଉପରେ ୨ମାସ ମଧ୍ୟରେ କାରଣ ସହ ନିଷ୍ପତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରିଟ୍ ପିଟିସନ ମାମଲାରେ ଆବେଦନକାରୀ ତୁଷାର କାନ୍ତ ମହାନ୍ତି ଆବେଦନ ଯେ ବାରମ୍ବାର ପ୍ରତିନିଧିତ୍ଵ ଦେଇଥିଲେ ମଧ୍ୟ ତାଙ୍କ ପେନସନ ଓ ଅନ୍ୟାନ୍ୟ ଅବସର କାଳୀନ ପ୍ରାପ୍ୟ ପ୍ରଦାନ କରାଯାଉ ନ ଥିଲା। ବିଚାରପତି ଆଦିତ୍ୟ କୁମାର ମହାପାତ୍ର ମାମଲାର ଶୁଣାଣି କରି କହିଛନ୍ତି ଯେ ଆବେଦନକାରୀ ୩ସପ୍ତାହ ମଧ୍ୟରେ ସମସ୍ତ ଆବଶ୍ୟକ ଦସ୍ତାବିଜ୍ ସହ ସଂପୃକ୍ତ କର୍ତ୍ତୃପକ୍ଷ ଙ୍କ ପାଖରେ ଦାଖଲ କରିବେ। ଏହାପରେ ସଂପୃକ୍ତ କର୍ତ୍ତୃପକ୍ଷ ଦୁଇ ମାସ ମଧ୍ୟରେ ଆଇନ୍ ଅନୁଯାୟୀ ଏକ କାରଣ ଦର୍ଶାଇ ଥିବା ନିଷ୍ପତି ନେବେ। ଏବଂ ସେହି ନିଷ୍ପତିକୁ ୧୦ଦିନ ଭିତରେ ଆବେଦନକାରୀ ଙ୍କୁ ଜଣାଇବେ। ଆଇନ୍ ଅନୁଯାୟୀ ଆବେଦନ କାରୀ ଙ୍କ ଦାବୀ କୁ ବିଚାର କରି ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ନିଷ୍ପତି ନେବାକୁ ସରକାର ଙ୍କୁ ନିର୍ଦେଶ ଦେଇ ମାମଲାର ଶେଷ କରିଚନ୍ତି। ଆବେଦନ କାରୀ ଙ୍କ ପକ୍ଷରୁ ଉଚ୍ଚ ନ୍ୟାୟାଳୟ ର ଆଇନଗତ ସହାୟତା କେନ୍ଦ୍ରର ଆଇନଜୀବି ସତ୍ୟବ୍ରତ ପଣ୍ଡା ଏହିମୋକଦ୍ଦମା ପରିଚାଳନା କରୁଥିଲେ।
ReplyForward
Add reaction