କଟକ ବିଜେପି ର ଗୌରୀଶଙ୍କର ପାର୍କ ନିକଟରେ ବିକ୍ଷୋଭ ପ୍ରଦର୍ଶନ

କଟକ : ପ୍ରଶ୍ନ ପତ୍ର ପ୍ରଘଟ ଘଟଣାକୁ ନେଇ କକ୍ରୋଚ ଜନତା ଦଳ ଯେଉଁ ଆନ୍ଦୋଳନ ଚଳାଇଛନ୍ତି ଏହି। ଆନ୍ଦୋଳନ ସମ୍ପୂର୍ଣ୍ଣ ଦେଶ ବିରୋଧୀ। ଏହି ଆନ୍ଦୋଳନ ପଛରେ ବିଜେଡି କଂଗ୍ରେସ୍ ର ସମ୍ପୂର୍ଣ ହାତ ରହ୍8ଛି। ଏହାର ପ୍ରତିବାଦ କରି କଟକ ବିଜେପି ପକ୍ଷେରୁ ଗୌରୀଶଙ୍କର ପାର୍କ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନବୀନ ପଟ୍ଟନାୟକ ଏହି ଆନ୍ଦୋଳନକୁ ସମର୍ଥନ କରୁଥିବାରୁ ଦଳ ପକ୍ଷରୁ ନବୀନ ପଟ୍ଟନାୟକ ଙ୍କ କୁଶପୁତ୍ତଳିକା ଦାହ କରଜାଇଛି। କଟକ ଜିଲ୍ଲା ବିଜେପି ନେତା ଗଗନ ଓଝାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ସାମିଲ ହୋଇଥିଲେ। ଶ୍ରୀ ଓଝା ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ କହିଲେ ପ୍ରଧାନମନ୍ତ୍ରୀ ପ୍ରଶ୍ନ ପତ୍ର ପ୍ରଘଟ ରେ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦେବାକୁ ଘୋଷଣା କରିଛନ୍ତି। ଏଥି ସହିତ ଦୋଷୀମାନଙ୍କୁ ଶାସ୍ତି ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ତେଣୁ ପ୍ରଶ୍ନ ପତ୍ର ପ୍ରଘଟ କୁ ନେଇ ଆନ୍ଦୋଳନର କୌଣସି ଆବଶ୍ୟକତା ନାହିଁ। ଏହି ଆନ୍ଦୋଳନ କେବଳ ରାଜନୈତିକ ଉଦ୍ଦେଶ୍ୟ ଲକ୍ଷ୍ୟ ରଖି କରାଯାଉଛି ଗତ 2014/15 ମସିହାରେ ତତ୍କାଳୀନ ନବୀନ ପଟ୍ଟନାୟକ ସରକାର ଅମଳରେ ଓଡ଼ିଶାରେ ପ୍ରଶ୍ନ ପତ୍ର ପ୍ରଘଟିହୋଇଥିବା ବେଳେ ନବୀନ ପଟ୍ଟନାୟକ ବା ଶିକ୍ଷା ମନ୍ତ୍ରୀ ତାଙ୍କ ନିଜ ପଦବୀରୁ ଇସ୍ତଫା ଦେଇନଥିଲେ। ମାତ୍ର ଏବେ ପ୍ରଶ୍ନ ପତ୍ର ପ୍ରଘଟ କୁ ନେଇ ଧର୍ମେନ୍ଦ୍ର ପ୍ରଧାନ ଙ୍କ ର ଇସ୍ତଫା ଦବିକରିବା ଏକ ହାସ୍ୟାସ୍ପଦ ଘଟଣା। 2024 ରେ ରାଜ୍ୟ ବାସୀ ନିର୍ବାଚନରେ ନବୀନ ପଟ୍ଟନାୟକ ଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତେଣୁ ନବୀନ ପଟ୍ଟନାୟକ କେବଳ ତାଙ୍କ ଭାବମୂର୍ତ୍ତି ସ୍ଥିତିକୁ ବଜାୟ ରଖିବା ପାଇଁ ଏ ଭଳି ବିବୃତ୍ତି ହାସ୍ୟାସ୍ପଦ ବୋଲି ଶ୍ରୀ ଓଝା ଅଭିଯୋଗ କରିଛନ୍ତି। ସାଂସଦ ଭର୍ତ୍ତୃହରି ମହତାବ ଙ୍କ ବିବୃତ୍ତିକୁ ଦଳ ପକ୍ଷରୁ ପୂର୍ଣ୍ଣ ସମର୍ଥନ ଦିଆଯାଇଛି। ଏହି ବିକ୍ଷୋଭରେ ବହୁ ବିଜେପି ଯୁବ କର୍ମୀ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *