ଅନୁଭୂତି ନମିତା ମାଡ଼ମ”ଙ୍କ

ଓଡ଼ିଆ ର ଆଶା ଓଡିଆ ଭରସା
ଓଡ଼ିଶାର ତୁମେ ଗାଥା
ସବୁ ଓଡ଼ିଆ ଙ୍କ ପ୍ରାଣର ସ୍ପନ୍ଦନ
କହିବାକୁ ନାହିଁ ଭାଷା —-1
ପଲ୍ଲୀ ରୁ ଦିଲ୍ଲୀ କୋଣେ ଅନୁକୋଣେ
ଶ୍ରୀକ୍ଷେତ୍ର ମୟ ଲାଗୁଛି
ଜୟ ଜଗନ୍ନାଥ ଟିଭି ଖୋଲି ଦେଲେ
ଶାନ୍ତି ର ବାର୍ତ୍ତା ମିଳୁଛି —2
ମାଆ ଠୁ ମାଉସୀ ବାପା ଠୁ ମଉସା
ଦେଶ ରୁ ବିଦେଶ ଯାଏ
ଆତ୍ମ ହରା ହୋଇ ସଭିଏଁ କୁହନ୍ତି
ଅନୁଭୂତି କାଣିଚାଏ —-3
ଦରଦୀ ଭକ୍ତର ହୃଦୟ ବେଦନା
ଶୁଣ ଆହେ ଜଗନ୍ନାଥ
ନମିତା ମାଡ଼ମ ଙ୍କ ଏଭଳି କାର୍ଯ୍ୟକୁ
କରୁ ସତ ପ୍ରଣିପାତ —-4
ଧନ୍ୟ ହେ ନମିତା ଧନ୍ୟ ତୁମ ଚିନ୍ତା
ମହିୟସୀ ମହାମାୟା
ଯୁଗ ଯୁଗ ପାଇଁ ଓଡ଼ିଆ ହୃଦୟେ
ହେଲ ଚୀର ପୂଜନୀୟା
ହେଲ ଚୀର ପୂଜନୀୟା
————****—–

ନିରୁପମା ସ୍ୱାଇଁ
ଦଧିପୁର,ମହାକାଳପଡ଼ା, କେନ୍ଦ୍ରାପଡ଼ା,

Leave a Reply

Your email address will not be published. Required fields are marked *