
କଟକ : ଯୋବ୍ରା ସ୍ଥିତ ବ୍ରଜରମ୍ଭା ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଏକ ତମାଖୁ ସଚେତନତା କାର୍ଯ୍ୟକ୍ରମ ସିଡିଏ ସେକ୍ଟର 9ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ବିଦ୍ୟା ମନ୍ଦିର ରେ ଅନୁଷ୍ଠିତ ହୋଇ ଯାଇଛି,ଧୀରେ ଧୀରେ କୋମଳମତି ଛାତ୍ରଛାତ୍ରୀ ମାନେ ନିଶା ଓ ତମାଖୁ ପ୍ରତି ଆକର୍ଷିତ ହୋଇ ପଥଭ୍ରଷ୍ଟ ହେଉଛନ୍ତି, ତେଣୁ ସେମାନଙ୍କୁ ନିଶା ଠାରୁ ଦୁରେଇ ରହିବା ପାଇଁ ଏହି ସଚେତନତା କାର୍ଯ୍ୟକ୍ରମ ବ୍ରଜରମ୍ଭା ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ତଥା ଲାପରସ୍କୋପିକ ସର୍ଜନ ଡାକ୍ତର ସୁବାସ ଚନ୍ଦ୍ର ଦାସ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା, କିଭଳି ଭାବରେ ତମାଖୁ ବର୍ଜନ କରିବା, ନିଶା ଠାରୁ ଦୁରେଇ ରହି ଏକ ଶୃଙ୍ଖଳିତ ଜୀବନ ଯାପନ କରାଯାଇ ପାରିବ ସେ ନେଇ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରା ଯାଇଥିଲା, ତମାଖୁ ସେବନ ଦ୍ୱାରା ଉପୁଜୁଥିବା ଦୁରାରୋଗ୍ୟ ବ୍ୟାଧି କେତେ ଭୟଙ୍କର ହୋଇ ପାରେ ସେ ନେଇ ଡାକ୍ତର ସୁବାସ ପିଲା ମାନଙ୍କୁ ହୃଦବୋଧ କରାଇଥିଲେ.
ଏହି କାର୍ଯ୍ୟକ୍ରମ ରେ ସହାୟକ ଭାବରେ ନିଗମ ସାହୁ, ପ୍ରତ୍ୟୁଷ ଜେନାମଣି ପ୍ରଭୁତି ଯୋଗ ଦେଇଥିଲେ
ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ମନୋଜ ଦାସ ଏବଂ ଅନ୍ୟାୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ