
ଚଣ୍ଡିଖୋଲ,(କ.ଵ୍ୟୁ): ବଡ଼ଚଣା ବ୍ଲକ ଅଧିନସ୍ଥ ବୈରୀ ଥାନାର ବିବାଦୀୟ ଇନ୍ସପେକ୍ଟର ଅଂଶୁମାଳା ଦାସଙ୍କ ଯାଜପୁର ସାଇବାର ଥାନାକୁ ଏସପିଙ୍କ ଚିଠି ନଂ. 370/10.7.26ରେ ବଦଳି ହୋଇଛି l ତାଙ୍କ ସ୍ଥାନରେ ନୂତନ ଇନ୍ସପେକ୍ଟର ଭାବେ ଜିଲ୍ଲା ପୁଲିସ ମୁଖ୍ୟଳୟ ରୁ ରଂଜିତ ମହାନ୍ତି ଯୋଗଦେଇଛନ୍ତି l ସୂଚନା ଯୋଗ୍ୟ ଇନ୍ସପେକ୍ଟର ଶ୍ରୀମତୀ ଦାସଙ୍କ ବିରୋଧରେ ଦୁଇଟି କେଶରେ ଯାଜପୁର ରୋଡ ଏସ୍ଡ଼ିପିଓ ତଦନ୍ତ କରି ଏସପିଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ ଏବଂ ବୈରୀ ଅଂଚଳରୁ ଅନେକ ଅଭିଯୋଗ ଏସପିଙ୍କ ନିକଟରେ ପହଂଚି ଥିଲା l ଛତିଆ ବଜ଼ାର ରେ ଥିବା ଏକ ଲୁଗା ଦୋକାନରୁ 20 ହଜାର ଟଙ୍କାରେ ଲୁଗାକିଣି ଅର୍ଥ ନଦେବାକୁ ନେଇ ସୋସିଆଲ ମିଦିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଯାଜପୁର ଏସପି ଯାଜପୁର ରୋଡ ଏସ୍ଡିପିଓ ଙ୍କୁ ତଦନ୍ତ ଭାର ଦେଇଥିଲେ l ସେହିପରି ଛତିଆ ବଜ଼ାରରେ ଗୋଟିଏ ରାତିରେ 5 ଟି ଦୋକାନରୁ ଚୋରି ହୋଇଥିଲା କିନ୍ତୁ ଗୋଟିଏ କେଶ କରି ଅନ୍ୟ କେଶକୁ ଚାପିଦେଇଥିଲେ l ଏସମସ୍ତ ଘଟଣାର ତଦନ୍ତ କରି ଏସଡ଼ିପିଓ ଏସପିଙ୍କୁ ଦେଇଥିଲେ l ନୂତନ ଇନ୍ସପେକ୍ଟର ଶ୍ରୀ ମହାନ୍ତି ଯୋଗଦେବା ପରେ ଥାନାର ସମସ୍ତ ଅଧିକାରି ସ୍ୱାଗତ କରିଥିଲେ l ଜନ ସାଧାରଣଙ୍କ ସମସ୍ୟା ବୁଝିବା ସହିତ ଚୋରି ଡକା୍ୟତି ପ୍ରତି ଅଧିକ ଧ୍ୟାନଦେବେ ବୋଲି ନୂତନ ଇନ୍ସପେକ୍ଟର କହିଛନ୍ତି l