ପୁଲିସର ଜାତିଭିତ୍ତିକ ନିର୍ଯ୍ୟାତନା ଲାମଲା ବିରୋଧରେ ଭିମ୍ ଆର୍ମି ପକ୍ଷରୁ ବୈରୀ ଥାନା ଘେରାଉ ।

ଚଣ୍ଡିଖୋଲ (କ.ଵ୍ୟୁ) (ପ୍ରଶାନ୍ତ କୁମାର ଜେନା) : ଯାଜପୁର ଜିଲ୍ଲାର ବୈରୀ ଥାନା ସମ୍ମୁଖରେ ଆଜି ରାଜ୍ୟ ଭିମ୍ ଆର୍ମି ପକ୍ଷରୁ ବାଇଧର ସେଠୀ ହତ୍ୟା ଓ ନିରୀହ ଗରିବ ଆଦିବାସୀଙ୍କ ଉପରେ ମାତ୍ରାଧିକ ନିର୍ଯାତନା ବିରୋଧରେ ଘେରାଉ ହୋଇଥିଲା l ପ୍ରକାଶଥାଉକି ବୈରୀ ଥାନା ଅଧିନସ୍ଥ ଚମ୍ପାପୁର ପଂଚାୟତ ଅନ୍ତର୍ଗତ ସାବୁ ଗ୍ରାମର ବାଇଧର ସେଠିଙ୍କୁ ସେହି ଗାଁର ଜଣେ ଶିକ୍ଷକ 6 ଗୁଣ୍ଠ ଜମି କିଣିବାକୁ ଯୋଜବରଦସ୍ତ ଚାପ ପକାଉଥିଲା l କିନ୍ତୁ ଏଥିରେ ବାଇଧର ରାଜିନହେବାରୁ ତାକୁ ଉକ୍ତ ଶିକ୍ଷକଙ୍କ ସହିତ ଅନ୍ୟ ଦୁଇ ଜଣ ହତ୍ୟା କରିଥିବା ଆଜି ବାଇଧରଙ୍କ ସ୍ତ୍ରୀ ଘେରାଉ ସମୟରେ ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ l ତେବେ ଚଳିତ ବର୍ଷ ମାର୍ଚ୍ଚ 21 ତାରିଖ ଠାରୁ ବାଇଧର ନିଖୋଜ ଥିଲେ ପରିବାର ବିଭିନ୍ନ ସ୍ଥାନ ଖୋଜାଖୋଜି ନପାଇବାରୁ ସେହିଦିନ ବୈରୀ ଥାନାରେ ନିଖୋଜ ବାଇଧରଙ୍କ ପୁଅ ଅଭିଯୋଗ କରିଥିଲେ l କିନ୍ତୁ ପରଦିନ ସକାଳେ ବାଇଧରଙ୍କ ଘର ପାଖକୁ ଏକ ଗଛରେ ଝୁଲୁଥିବା ପରିବାର ଲୋକେ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ ଏବଂ ପୁଲିସ ଆସି ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଡାକ୍ତରଖାନାକୁ ପଠାଇଥିଲେ l କିନ୍ତୁ ମୋ ବାପାଙ୍କୁ ହତ୍ୟା କରାଯାଇଛି ଏବଂ ଅଭିଯୁକଙ୍କୁ ଗିରଫ ନକରିବା ପର୍ଯ୍ୟନ୍ତ ଆମେ ମୃତଦେହ ନେବୁନାହିଁ ବୋଲି ଜିଦ ଧରିଥିଲେ l ପରେ ପୁଲିସ ଏକ ହତ୍ୟା ମାମଲା ୠଜୁ କରି ସେହି ଗାଁର ଶିକ୍ଷକ ଓ ଅନ୍ୟ ଜଣକୁ ବୈରୀ ଥାନାରେ ଅଟକ ରଖିବା ପରେ ମୃତକ ପରିବାର ମୃତଦେହ ନେଇଥିଲେ l ପରଦିନ କେବଳ ଅଟକଥିବା ଶିକ୍ଷକକୁ କୋର୍ଟ ଚାଲାଣ କରାଯାଇଥିଲା ଏବଂ ଅନ୍ୟ ଜଣଙ୍କୁ ଥାନାରୁ ପୁଲିସ ଛାଡିଦେଇଥିଲା ଏବଂ ଏତଲାରେ ଥିବା ଆଉ ଜଣକୁ କାହିଁକି ଗିରଫ କରାଯାଇନାହିଁ ବୋଲି ମୃତ ବାଇଧରଙ୍କ ପୁଅ ଜୟଦେବ ସେଠୀ ଆଜି ଅଭିଯୋଗ କରିଥିଲେ l ସବୁପରେ ବି ବାଇଧରଙ୍କ ସ୍ତ୍ରୀ, ପୁଅଙ୍କୁ ତାଙ୍କ ଭିଟା ମାଟିରେ ରହିବାର ସୁଯୋଗ ଦିଆଗଲା ନାହିଁ l ଯଦି ସେମାନେ ଭିଟା ମାଟିରେ ରହିବେ ତେବେ ସେମାନଙ୍କୁ ଜୀବନରେ ମାରିଦେବାକୁ ଅଭିଯୁକ୍ତ ପରିବାର ପକ୍ଷରୁ ଧମକ ଦିଆଗଲା, ଏବେ ଘର ଦ୍ୱାରା ଛାଡି ମୃତ ବାଇଧରଙ୍କ ପରିବାର ବନ୍ଧୁବାନ୍ଧବଙ୍କ ଘରେ ଆଶ୍ରୟ ନେଉଛନ୍ତି l ସେହି ସମୟରେ ମୃତ ବାଇଧରଙ୍କ ସ୍ତ୍ରୀ ବୈରୀ ଥାନାରେ ପହଂଚି ବାବୁ ଆମେ କିପରି ଆମ ଘରେ ରହିବୁ ଆମକୁ ସୁରକ୍ଷା ଦିଅନ୍ତୁ ହଁ ତୁମକୁ ସୁରକ୍ଷା ଦିଆଯିବ ବୋଲି ସେତେବେଳେ ଥାନାଧିକାରୀ କହିଥିଲେ କିନ୍ତୁ ସୁରକ୍ଷା ଦେବା ଦୂରର କଥା ଆମେ ବାରମ୍ବାର ଥାନାକୁ ଆସି ଯେତେ କାକୁତିମିନତୀ ହେଲୁ କେହି ଆମ କଥା ଶୁଣିଲେ ନାହିଁ ବରଂ କାହିଁକି ସବୁବେଳେ ଥାନାକୁ ଆସୁଛ ବୋଲି ଧମକ ଦେଇଥିଲେ l ଏବିଷୟରେ ଯାଜପୁର ଜିଲ୍ଲା ପୁଲିସ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ସହିତ କଥା ହେବାରୁ ବାଇଧର ମୃତ୍ୟୁରେ ଯାହା ନାମରେ ଅଭିଯୋଗ ହୋଇଥିଲା ବୈରୀ ପୁଲିସ ସମ୍ପୃକ୍ତ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି ଏବଂ ଆଜିବି ଅଭିଯୁକ୍ତ ଜେଲରେ ଅଛି l ସରକାରୀ ନିୟମ ଅନୁସାରେ ପୁଲିସ ପକ୍ଷରୁ ଚାରସିଟ 3 ମାସ ମଧ୍ୟରେ କୋର୍ଟକୁ ଦିଆଯାଇଛି l ଗିରଫ ହୋଇଥିବା ଅଭିଯୁକ୍ତ ପରିବାର ପକ୍ଷରୁ କିଛି ଦିନହେବ ମୃତ ବାଇଧର ସ୍ତ୍ରୀ ଓ ପୁଅକୁ ଗୁଣ୍ଡା ଲଗାଇ ପିଟିବୁ ବୋଲି ଧମକ ଦିଆଯାଉଥିବା ତାଙ୍କ ପୁଅ ଜୟଦେବ ସେଠୀ ଆଜି ଅଭିଯୋଗ କରିବା ପରେ ଆଜି ସେ ଏକ ଏତଲା ଦେଇଛନ୍ତି l ଏହି ଘେରାଉର ନେତୃତ୍ୱ ନେଇଥିଲେ ଭିମ ଆର୍ମି ରାଜ୍ୟ ଉପାଧ୍ୟକ୍ଷ ଅନିଲ କୁମାର ମଲିକ,ରାଜ୍ୟ ସମ୍ପାଦକ ଭୈରବ ବେହେରା, ତରଣୀ ମଲିକ, ମହେଶ୍ୱର ମୁଣ୍ଡା, ବିନୋଦ ଜେନା, କିଶାନ ପୂର୍ତ୍ତି, ବଡ଼ଚଣା ବ୍ଲକ ସଭାପତି ତପନ ସେଠୀ ପ୍ରମୁଖ l ଭିମ ଆର୍ମି ପକ୍ଷରୁ ହୋଇଥିବା ବୈରୀ ଥାନା ଘେରାଉରେ ଉପସ୍ଥିତ ଥିଲେ ସ୍ଥାନୀୟ ମାଜିଷ୍ଟେଟ ତହସିଲଦାର ମାନସ କୁମାର ତ୍ରିପାଠୀ, ଜିଲ୍ଲା ମୁଖ୍ୟାଳୟ ଡ଼ିଏସପି ଆଦିତ୍ୟ କୁମାର ସେଠୀ, ରେଣୁବାଳା ତ୍ରିପାଠୀ, ବୈରୀ ଥାନାଧିକାରିଣୀ ଅଂଶୁମାଳା ଦାସଙ୍କ ସମେତ ବହୁ ପୁଲିସ ଫୋର୍ସ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *