
ଚଣ୍ଡିଖୋଲ,୧୦/୭(କ.ଵ୍ୟୁ) : (ପ୍ରଶାନ୍ତ କୁମାର ଜେନା) ଯାଜପୁର ଜିଲ୍ଲାର ଧାନମଣ୍ଡଳ ଠାରେ ସ୍ଥାପିତ କୋଣାର୍କ ଝୋଟକଳ ୨୦୧୨ ଅକ୍ଟୋବର ମାସରୁ ଉତ୍ପାଦନ ବନ୍ଦ ରହିଛି । ଅକ୍ଟୋବର ୨୦୧୨ମସିହାରୁ କୋଣାର୍କ ଝୋଟ କଳ ରେ କାର୍ଯ୍ୟରତ ବଦଳି ଓ ନିୟମିତ ଶ୍ରମିକ ମାନେ ସ୍ବେଛାକୃତ ଅବସର ନେଇ ଥିଲେ। ସେତେବେଳେ ଝୋଟ କଳ କର୍ତ୍ତୃପକ୍ଷ ବଦଳି ଶ୍ରମିକଙ୍କୁ ସେମାନଙ୍କର ଗ୍ରାଚ୍ୟୁଟି ଅର୍ଥ ପ୍ରଦାନ କରି ନ ଥିଲେ। ଏ ସଂପର୍କରେ ଶ୍ରମିକ ମାନେ ବହୁବାର ସ୍ମାରକପତ୍ର ମାଧ୍ଯମରେ ତହସିଲ ଦାର୍ ଦର୍ପଣ ଓ ଜିଲ୍ଲାପାଳ ଯାଜପୁର ଙ୍କୁ ପ୍ରଦାନ କରାଯାଇଅଛି। ଏହା ବ୍ୟତୀତ ଝୋଟ କଳ ପରିଚାଳନା କର୍ତ୍ତୃପକ୍ଷ,ଯାଜପୁର ରୋଡ଼ ସ୍ଥିତ ସହକାରୀ ଶ୍ରମ ଆୟୁକ୍ତ, ଖାରବେଳ ନଗର ଶ୍ରମ ଆୟୁକ୍ତ ଙ୍କୁ ମଧ୍ଯ ଅବଗତ କରାଯାଇଛି। ମାତ୍ର କୌଣସି ସୁଫଳ ନ ମିଳିବାରୁ ଶ୍ରମିକ ମାନେ ଯାଜପୁର ଉପ ଜିଲ୍ଲାପାଳ ଙ୍କୁ ମଧ୍ୟ ଭେଟି ଛନ୍ତି। ଶ୍ରମିକ ମାନଙ୍କ ସମସ୍ୟା ସମାଧାନ ନ ହେଲେ ଆଗାମୀ ଦିନରେ ଦର୍ପଣ ତହସିଲଦାର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଅନସନ କରିବା ପାଇଁ ଚେତାବନୀ ଦେଇଛନ୍ତି। ଏ ସଂପର୍କରେ ଆଜି ଧାନ ମଣ୍ଡଳ ଠାରେ ବଡଚଣା ନାଗରିକ ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ମାହାଲା ଙ୍କ ନେତୃତ୍ବରେ ଅନୁଷ୍ଠିତ ଏକ ବୈଠକ ରେ ରାମ ଚନ୍ଦ୍ର ସାହୁ, ଅନାଦି ଚରଣ ଲେଙ୍କା, କାଳୀ ଚରଣ ଟୁଡୁ, ଅର୍ଜୁନି ପଟ୍ଟନାୟକ , ସୁନ୍ଦର ମୋହନ ହଂସଦା, ସେକ୍ ବଦି ରୁଦ୍ଦିନ, ବିରୁ ମୁର୍ମୁ। ହଲିଦା ବେଗମ୍ , ସୁଲୋଚାନା ସାହୁ, ସତ୍ୟଭାମା ବେହେରା , ଖଳିଦା ବିବି ସମେତ ଶତାଧିକ ପୁରୁଷ ମହିଳା କର୍ମଚାରୀ ଯୋଗଦେଇ, ସରକାର ତୁରନ୍ତ ଆମକୁ ଆମ ପ୍ରାପ୍ୟ ପ୍ରଦାନ କରନ୍ତୁ ବୋଲି ଦାବୀ କରିବା ସହିତ ଖୁବ୍ ଶିଘ୍ର ରାଜ୍ୟ ମାନ୍ୟଵର ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁଙ୍କୁ ମିଳିତ ଭେଟ କରିବେ ବୋଲି ଆଜି ଧାନମଣ୍ଡଳ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।