
କଟକ : ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ଆଜି ତିନିଘରିଆ କ୍ଲଷ୍ଟର ଅନ୍ତର୍ଗତ ବିଦ୍ୟାଧରପୁର ହାଇସ୍କୁଲ୍ ର ନୂତନ ପରିଚାଳନା କମିଟି ଗଠନ କରାଯାଇଛି। ଏହି କମିଟି ରେ ବିଦ୍ୟାଳୟରେ ଅଧୟନ ରତ ଛାତ୍ର ଛାତ୍ରୀଙ୍କ ପିତାମାତା/ଅଭିଭାବକ, ଅଙ୍ଗନୱାଡି କର୍ମୀ ପରିଚାଳନା କମିଟି ଗଠନରେ ଯୋଗ ଦେଇଥିଲେ। ବୈଠକରେ ସରକାରଙ୍କ ନୂତନ ଶିକ୍ଷା ନୀତି ଉପରେ ଆଲୋଚନା କରାଯାଇ ଏହି ନୂତନ ନୀତି କୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ନୂତନ କମିଟି ଗଠନ ର ନିୟମ ଅନୁସାରେ ଉପସ୍ଥିତ ଅଭିଭାବକ, ପିତାମାତାଙ୍କ ମଧ୍ୟରୁ 15 ଜଣ ସଦସ୍ୟ ମନୋନୀତ କରାଯାଇଛି। ଆସନ୍ତା 7 ଦିନ ମଧ୍ୟରେ ମନୋନୀତ ହୋଇଥିବା ସଦସ୍ୟ ଙ୍କ ମଧ୍ୟ ରୁ ସରକାରଙ୍କ ପରିଚାଳନା ସମିତି ନିୟମ ଅନୁସାରେ ଜଣଙ୍କୁ ବିଦ୍ୟାଳୟ ପରିଚାଳନା କମିଟିର ଅଧକ୍ଷ ଭାବେ ଚୟନ କରାଯିବ। ଏହି ବୈଠକ ତିନିଘରିଆ କ୍ଲଷ୍ଟର ର ସି ଆର ସି ସି ଲକ୍ଷ୍ମୀପ୍ରିୟା ରାଉତ, ସ୍ଥାନୀୟ 55 ନମ୍ବର ୱାର୍ଡ କର୍ପୋରେଟର
ବିଶ୍ଵବନ୍ଦିତା ପଣ୍ଡା, ଉପସ୍ଥିତ ଥିଲେ। ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଞ୍ଜୁଶ୍ରୀ ମହାନ୍ତି ବିଦ୍ୟାଳୟ ପରିଚାଳନା ସମିତି ଗଠନ ହେବାର ପ୍ରକ୍ରିୟା ସମ୍ବନ୍ଧରେ ସୂଚନା ଦେଇଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ସୁପ୍ରଭା ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ବୈଠକରେ ବିଦ୍ୟାଳୟର ଶିକ୍ଷୟତ୍ରୀ କଳ୍ପନା ରାଉତ, ସ୍ମିତା ସେଠୀ, ବାସନ୍ତୀ ବେହେରା, ଉର୍ମିଳା ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ।