ନେହେରୁ ନୋଡାଲ ଉଚ୍ଚ ବିଦ୍ୟାପୀଠରେ ବନ ମହୋସବ

କଟକ : କଟକ ମହାନଗର ନିଗମ ଅନ୍ତର୍ଗତ ନୂଆବଜାର ସ୍ଥିତ ନେହେରୁ ନୋଡାଲ ଉଚ୍ଚ ବିଦ୍ୟାପୀଠରେ ୭୭ତମ ବନ ମହୋସ୍ତବ ଓ ବୃକ୍ଷରୋପଣ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀମତୀ ବାସନ୍ତୀ ସ୍ଵାଇଁ ଙ୍କ ଅଧ୍ଯକ୍ଷତାରେ ଆୟୋଜିତ ସଚେତନତା ସଭାରେ ମୁଖ୍ୟ
ଅତିଥି ରୂପେ ବିଶିଷ୍ଟ ପରିବେଶ ବିଜ୍ଞାନୀ ପ୍ରଫେସର ଡକ୍ଟର ଆଶୁତୋଷ ଦେବତା ଯୋଗଦାନ କରି ପରିବେଶ ସୁରକ୍ଷା ଓ ଗଛ ଲଗାଇବାର ଉପାଦେୟତା ବିଷୟରେ ଆଲୋକପାତ କରିଥିଲେ ଏହି ସଭାରେ ମୁଖ୍ୟ ବକ୍ତା ରୂପେ ଡ୍ରିମ୍ସ ମେଡିକାଲ କଲେଜର ଫିଜିଓଲୋଜି ବିଭାଗର ମୁଖ୍ୟ ପ୍ରଫେସରଡକ୍ଟର ଅର୍ପିତା ପ୍ରୀୟଦର୍ଶିନୀ ଯୋଗଦାନ କରି ବୃକ୍ଷର ଉପକାରିତlଉପରେ ଛାତ୍ରଛାତ୍ରୀଙ୍କୁ ଉଦ୍ ବୋଧନ ଦେଇଥିଲେ।ସମ୍ମାନୀତ ଅତିଥି ରୂପେ ବିଶିଷ୍ଟ ପରିବେଶବିତ୍‌ ଡକ୍ଟର ଅର୍ଜୁନ କୁମାର ବିଶ୍ଵାଳ,ରେଡିଆଣ୍ଟ କ୍ଳବର
ସଭାପତି ସାଗରିକା ମିଶ୍ର, ରୋଚାରିଆନ୍ ବିଭୂତି ଭୂଷଣ ରାଉତ ଓ ରୋଟାରିଆନ୍ ରମେଶ ଚନ୍ଦ୍ର ସିଂ ପ୍ରମୁଖ ଯୋଗଦାନ କରି ଏହି ଉତ୍ସବର ତlତ୍ପର୍ଯ୍ୟ ଉପରେ ଆଲେ।ଚନା କରିଥିଲେ । ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଅତିଥିମାନେ ବିଦ୍ୟାଳୟ ପରିସର,ନେହେରୁ ପାର୍କରେ ବୃକ୍ଷରୋପଣ କରିଥିଲେ। ଛାତ୍ରଛIତ୍ରୀ ମାନେ ସବୁଜ ଶପଥ ପାଠ କରିଥିଲେ । ସହକାରୀ ଶିକ୍ଷକ ଗଙ୍ଗାଧର ସାହୁ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଉତ୍ସବକୁ ଶିକ୍ଷକ ଦିଲ୍ଲିପ କୁମାର ରାଉତ,କଳ୍ପନାମୟୀ ପୃଷ୍ଟି, ହିରଣ୍ୟମୟୀ ସାମଲ, ନିତିଶ କୁମାର ଜେନା,ରଞ୍ଜିତ ସେଠି, ସୁରାଇ ସୋରେନ, ସସ୍ମିତା ବେହୁରା,ସସ୍ମିତା ସାମଲ,ସୁଜାତ। ଦାସ, ମୀତା ରାଣୀ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ। ଛାତ୍ରଛlତ୍ରୀ ଓ ଅଭିଭାବକ ।ମାନଙ୍କୁ ୧୦୦ ରୁ ଉର୍ଦ୍ଧ୍ଵ ଚାରା ବଣ୍ଟନ କରାଯାଇଥିଲା। ବିରେନ୍ଦ୍ର କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *