ଭୋଟର ତାଲିକା ସଂଶୋଧନ (ଏସ ଆଇ ଆର୍) ସଫଳତାର ସହ ସମାପ୍ତ

କଟକ : ଭୋଟର ତାଲିକା ସଂଶୋଧନ (ଏସ ଆଇ ଆର୍) ସଫଳତାର ସହ ସମାପ୍ତ ହୋଇଛି। ଏ କ୍ଷେତ୍ରରେ ବି ଏଲ ଓ ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଇତି ମଧ୍ୟରେ କଟକ ଜିଲ୍ଲାରେ ଭୋଟର ତାଲିକା ପ୍ରକାଶ ପାଇଛି। ବିଶେଷକରି ଏସଆଇଆର ୨୦୨୬ ପାଇଁ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ  କ୍ଷେତ୍ରରେ ବି ଏଲ ଓ ମାନଙ୍କ ଭୂମିକା ପ୍ରଶଂସନୀୟ । ଚିଠା ଭୋଟର ତାଲିକାର ଯାଞ୍ଚ ଏବଂ ଆପତ୍ତି ଓ ଅଭିଯୋଗର ସମାଧାନ ପ୍ରକ୍ରିୟା
କୁ ନିବିଡ଼ ଭାବେ ଅନୁଧ୍ୟାନ କରି ଯେପରି କୌଣସି ଜଣେ ବି ଯୋଗ୍ୟ ବ୍ୟକ୍ତି ନିଜ ନିଜ ବୁଥ ତାଲିକାରୁ ବାଦ୍ ନପଡ଼ନ୍ତି ଏବଂ ଭୋଟର ତାଲିକା ସମ୍ପୂର୍ଣ୍ଣ ସଠିକ୍, ଓ ତ୍ରୁଟିଶୂନ୍ୟ ହେବ, ତାହା ନିଶ୍ଚିତ କରିବାକୁ କଟକ ସଦର ତହସିଲ ଦାର୍ ଦେବଦତ୍ତ ପ୍ରଧାନ ବିଦ୍ୟାଧରପୁର ହାଇସ୍କୁଲ ପରିସରରେ ଆୟୋଜିତ ବୁଥ ସ୍ତରୀୟ ସମୀକ୍ଷା ବୈଠକରେ ବି ଏଲ ଓ ମାନଙ୍କୁ ସୂଚନା ଦେଇ କହିଲେ
ଯେଉଁ ଭୋଟର ମାନଙ୍କର ନାମ ତାଲିକାରୁ ବାଦ୍ ପଡ଼ିଛି ସେମାନଙ୍କର କୌଣସି ଆପତ୍ତି ଅଭିଯୋଗ ଥିଲେ ସେମାନେ ପ୍ରଶାସନ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ ପରେ ତାଲିକା ଗୁଡ଼ିକ ଯାଞ୍ଚ କରାଯାଇ ସେପ୍ଟେମ୍ବର 4 ତାରିଖ ଦିନ ଚୂଡାନ୍ତ ତାଲିକା ଘୋଷଣା କରାଯିବ।ଏହି ବୈଠକରେ 54 ଏବଂ 55 ନମ୍ବର ୱାର୍ଡ କର୍ପୋରେଟର ବିଶ୍ଵାବନ୍ଦିତା ପଣ୍ଡା, ତାପସ ସାମନ୍ତ ରାଏ, ସୁପର୍ ଭାଇଯାର ସୁଶାନ୍ତ କୁମାର ସାହୁ ଉପସ୍ଥିତ ଥିଲେ। ଏହି ସମୀକ୍ଷା ବୈଠକରେ 54 ଏବଂ 55 ନମ୍ବର ୱାର୍ଡ ର ସମସ୍ତ ବି ଏଲ ଓ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *