ବଡ଼ଚଣାର ବି,ଏସ ,କଲେଜରେ  ବନ ମହୋତ୍ସବ ସପ୍ତାହ ପାଳନ

ଚଣ୍ଡିଖୋଲ, ୭/୭( କ ବ୍ୟୁ ) : ବଡଚଣା ବ୍ଲକ୍ ଅନ୍ତର୍ଗତ ନୂଆ ହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ପରିସରରେ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଉଛି। ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଆୟୋଜିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା ର ସଂଯୋଜକ କିଶୋର କୁମାର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ମୁଦୁଲି ଯୋଗ ଦେଇ ଆମ ଜୀବନରେ ବୃକ୍ଷ ଓ ଜଙ୍ଗଲର ଗୁରୁତ୍ଵ କୁ ହୃଦୟଙ୍ଗମ କରିବା ସହିତ ପରିବେଶ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି ପାଇଁ ୧୯୫୦ମସିହାରୁ ଜୁଲାଇ ପ୍ରଥମ ସପ୍ତାହକୁ ବନ ମହୋତ୍ସବ ସପ୍ତାହ ଭାବେ ପାଳନ କରାଯାଇ ଆସୁଅଛି। ଗଛ ଛାଇ ବଢାଇବା, ମରୁଡି ପରିସ୍ଥିତି ହ୍ରାସ କରାଇବା, ଅଧିକ ବିକଳ୍ପ ଇନ୍ଧନ ଉତ୍ସ ସୃଷ୍ଟି କରିବା, ପରିବେଶ ସନ୍ତୁଳନ ରକ୍ଷା କରିବା, ଖାଦ୍ୟ ଉତ୍ପାଦନ ବୃଦ୍ଧି କରିବା, ମୁର୍ତ୍ତିକା କ୍ଷୟ ହ୍ରାସ କରିବା ସହିତ ବିଶ୍ୱର ତାପମାତ୍ରା ବୃଦ୍ଧି ରୋକିବା ଓ ପ୍ରଦୂଷଣ ହ୍ରାସ ଦିଗରେ ବୃକ୍ଷ ରୋପଣ ହିଁ ଏକ ଶ୍ରେଷ୍ଠ ବିକଳ୍ପ ବୋଲି କହିଥିଲେ। ବନ ମହୋତ୍ସବ ର ଶେଷ ଦିନରେ କଲେଜ ପରିସରରେ ଶତାଧିକ ଫଳ, ଫୁଲ ଔଷଧୀୟ ଗଛ ସହିତ ପରିବେଶ ଉପଯୋଗୀ ବୃକ୍ଷ ରୋପଣ କରା ଯାଇଥିଲା। ଅଥିରେ ମହାବିଦ୍ୟାଳୟର  ଅଧ୍ୟାପକ ଅଧ୍ୟାପିକା କର୍ମଚାରି ଛାତ୍ର ଛାତ୍ରୀ , ଜାତୀୟ ସେବା ଯୋଜନା ର ସ୍ୱେତ୍ସାସେବୀ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *