” ଦି’ ନେସନ ” ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ବନୋମହୋତ୍ସବ ପାଳିତ।

ଚଣ୍ଡିଖୋଲ ୫/୭ : ବଡ଼ଚଣା ବ୍ଲକ ସମିଆ ପଞ୍ଚାୟତ ବୁଢା କେନ୍ଦୁଆ ସ୍ଥିତ ” ଦି’ ନେସନ ” ଶିଶୁ ପରିଚର୍ଯ୍ୟା କେନ୍ଦ୍ର ପରିସରରେ ବନ ମହୋତ୍ସବ ପାଳନ ଓ ବନବିଭାଗ ପକ୍ଷରୁ ମହିଳା ମାନଙ୍କୁ ସିଲେଇ ମେସିନ ପ୍ରଦାନ। ଆଜିର ସମାଜକୁ ସବୁଜ ସୁନ୍ଦର କରିବାପାଇଁ ବୃକ୍ଷ ରୋପଣ ନିହାତି ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମାନ କରାଯାଉ ଅଛି। ଆଜି ନେସନ ଓ ବୈରୀ ବନାଞ୍ଚଳ ମିଳିତ ଭାବେ ବନ ମହୋତ୍ସବ ସପ୍ତାହ ପାଇଁ ବୃକ୍ଷ ରୋପଣ କରାଯାଇଛି। ଏଥିରେ ସରପଞ୍ଚ ବିଶ୍ଵବିଜୟୀ ବ୍ରହ୍ମ ସଭାପତି ତ୍ବ କରିଥିଲେ। ଅତିଥି ଭାବେ ଯାଜପୁର ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧକ୍ଷ ବିଦ୍ୟା ଭୂଷଣ ମହାନ୍ତି, ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ନିରଞ୍ଜନ କର, ବୈରୀ ଵନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ସୁବୁଦ୍ଧି, ସମିତି ସଭ୍ୟା ରେବତୀ ଭୋଇ ପ୍ରମୁଖ ଯୋଗଦେଇ ବୁକ୍ଷ ରୋପଣ ଓ ବନସୁରକ୍ଷା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଶ୍ରୀ ପ୍ରଦୁମ୍ନ ପାତ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବନାଞ୍ଚଳ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ୧୫ ଜଣ ମହିଳାଙ୍କୁ ମାଗଣାରେ ସିଲାଇ ମେସିନ ପ୍ରଦାନ କରାଯାଇଥିଲା। ନେସନ ର ପିଲାମାନଙ୍କ ଦ୍ୱାରା ବନସୁରକ୍ଷା ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏଥିରେ ବହୁ ପରିବେଶ ବିତ ଯୋଗଦେଇ ଥିଲେ।

Leave a Reply

Your email address will not be published. Required fields are marked *