ବଡଚଣା ବ୍ଲକ ପ୍ରଥମ ପର୍ଯ୍ୟାୟ ସ୍ୱତନ୍ତ୍ର ସଂଘନ ସଂଶୋଧିତ ଭୋଟର ତାଲିକା ପ୍ରକାଶ ।

ଚଣ୍ଡିଖୋଲ, ୫/୭(କପ୍ର) ଵଡଚଣା ନିର୍ବାଚନ ମଣ୍ଡଳୀ ରେ ଚାଲୁଥିବା ସ୍ୱତନ୍ତ୍ର ସଂଘନ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଛି।ଏଠାରେ ପୂର୍ବରୁ ମୋଟ ଭୋଟର ସଙ୍ଖ୍ୟା ଏକ ଲକ୍ଷ ୯୨ ହଜାର ୪୫ ରହିଥିଲା। ସ୍ୱତନ୍ତ୍ର ସଂଘନ କାର୍ଯ୍ୟକ୍ରମ ପରେ ସଂଶୋଧିତ ତାଲିକାରେ ଏକ ଲକ୍ଷ ୭୩ ହଜାର ୬୪୭ ରହିଛି।ପୂର୍ବ ତାଲିକାରୁ ୫ ହଜାର ୪ ଶହ ୫୩ ମୃତ,୨୨ ଶହ ୯୮ ଚିହ୍ନଟ ହୋଇ ନଥିବା ଭୋଟର, ୯ ହଜାର ୪୫୩ ଭୋଟର ସ୍ଥାନାନ୍ତରିତ, ଏକ ହଜାର ୩୯ ଦ୍ୱିତ ଭୋଟର,ଅନ୍ୟାନ୍ୟ ଏକ ଶହ ୫୫ ମିଶାଇ ମୋଟ ୧୮ ହଜାର ୩୯୮ ପୂର୍ବ ତାଲିକାରୁ ବାଦ ପଡିଛନ୍ତି।ବଡଚଣା ବ୍ଲକର ୨୦୬ ବୁଥରେ ନିଯୁକ୍ତ ବି ଏଲ ଓ ମାନଙ୍କୁ ସହଯୋଗ କରିବା ପାଇଁ ଏହି ସଂଶୋଧନ କାର୍ଯ୍ୟରେ ୨୬ ଜଣ ସୁପରଭାଇଜର ନିଯୁକ୍ତ ହୋଇଥିଲେ।ଏହି ସଂଶୋଧିତ ଭୋଟର ତାଲିକା ପ୍ରକାଶନ ବଡଚଣା ବ୍ଲକ ପରିସରରେ ବ୍ଲକ ବିଡିଓ ତଥା ଅତିରିକ୍ତ ନିର୍ବାଚନ ଅଧିକାରୀ ରବିନ୍ଦ୍ର କୁମାର ପ୍ରଧାନ,ଦର୍ପଣ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା।ଏହି ସଂଶୋଧିତ ଭୋଟର ତାଲିକା ଲୋକାର୍ପଣ ସମୟରେ ଅତିରିକ୍ତ ତହସିଲଦାର ବିରଜା ରାୟ,ନୋଡାଲ ଅଫିସର ମାନଗୋବିନ୍ଦ ବରାଳ,ସାମ୍ବାଦିକ ପ୍ରମୋଦ କୁମାର ଜେନା,ସମସ୍ତ ସୁପରଭାଇଜର ସ୍ଥାନୀୟ ଅଧିବାସୀ ଅମରେଶ ଭୂୟାଁଙ୍କ,ପ୍ରମୋଦ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *