ଚଣ୍ଡିଖୋଲ, : ବୈରୀ ଥାନା ଅନ୍ତର୍ଗତ ଛତିଆ ପଂଚାୟତରେ ଥିବା ଦଳେଇ ସାହିରେ ଆଜି ଜଣେ ଯୁବକ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଜଣାଯାଇଛି l ଦଳେଇ ସାହିର ପ୍ରଫୁଲ ଦଳାଇଙ୍କ ପୁଅ ରବିନ୍ଦ୍ର(29) ଆଜି ଭୋର ସମୟରେ ମାଛ ଧରିବାକୁ ନିକଟସ୍ଥ ବୈରୀ-ଛତିଆ ଶାଖା କେନାଳକୁ ଯାଇଥିଲେ l ମାଛ ଧରୁଥିବା ସମୟରେ ତାଙ୍କର ଗୋଡ଼ ଖସିଯିବାରୁ ପାଣିରେ ବୁଡି ଯାଇଥିଲେ l କିଛି ସମୟ ପରେ ପରିବାର ଲୋକେ କେନାଲରେ ଖୋଜା ଖୋଜି କରି ରବୀନ୍ଦ୍ରଙ୍କୁ ପାଇଥିଲେ ଏବଂ ତାଙ୍କୁ ବଡ଼ଚଣା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ମାତ୍ର ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ପରେ ବୈରୀ ପୁଲିସ ଏକ ଅପମୃତ୍ୟୁ ମାମଲା ୠଜୁ କରି ମୃତଦେହ ବ୍ୟବଚ୍ଛେଦ କରି ପରିବାରଙ୍କୁ ହସ୍ତାନ୍ତର କରିଥିଲେ l ଏସ ଆଇ ସରୋଜ ବେହେରା ଏହି ଘଟଣାକୁ ତଦନ୍ତ କରୁଛନ୍ତି l
ReplyForward
Add reaction