ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ର ସ୍ମୃତିପକ୍ଷ ଅବସରରେ ଦଳର କାର୍ଯ୍ୟକର୍ତ୍ତା ମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ

କଟକ : ଭାରତୀୟ ଜନତା ପାର୍ଟି କଟକ ଜିଲ୍ଲା ପକ୍ଷରୁ ଆଜି ଶନିବାର ଦିନ ଟାଉନ ହଲ୍ ଠାରେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ର ସ୍ମୃତିପକ୍ଷ ଅବସରରେ ଦଳର କାର୍ଯ୍ୟକର୍ତ୍ତା ମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳ ଏହି କାର୍ଯ୍ୟ କର୍ତ୍ତା ସମ୍ମିଳନୀରେ ସଭାପତିତ୍ବ କରିଥିଲେ। ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦଳର କର୍ମୀ ମାନଙ୍କୁ ଉଦବୋଧନ ଦେଇ କହିଲେ କେନ୍ଦ୍ରରେ ବିଜେପି ଏବଂ ରାଜ୍ୟରେ ବିଜେପି ଉଭୟ ଡବଲ ଇଞ୍ଜିନ ସରକାର ବେଳେ 2036 ବିକଶିତ ଓଡ଼ିଶା ଏବଂ 2047 ବିକଶିତ ଭାରତ ଗଠନ ପାଇଁ ପରିକଳ୍ପନା କରାଯାଇଛି। ବିକଶିତ ଓଡ଼ିଶା ଏବଂ ବିକାଶ ଧାରା ଆମର ପ୍ରଧାନ ଲକ୍ଷ୍ୟ। ଏଥି ପାଇଁ ଭିତ୍ତି ଭୂମିକୁ ସୁଦୃଢ଼ କରାଯାଉଛି। ଶିକ୍ଷା ସ୍ୱାସ୍ଥ୍ୟ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଜ୍ୟରେ ମୋହନ ମାଝୀ ଙ୍କ ର ଜନହିତ କର କାର୍ଯ୍ୟକ୍ରମକୁ ପ୍ରଚାର କରନ୍ତୁ। ଇତି ମଧ୍ୟରେ ଓଡ଼ିଶା ଏବଂ ଭାରତ ସମୃଦ୍ଧି ପଥରେ ଆଗେଇଛି। ତେଣୁ କର୍ମୀ ମାନେ ଘର ଘର ବୁଲି ଉଭୟ ସରକାରଙ୍କ ଜନହିତକର କାର୍ଯ୍ୟ କୁ ଲୋକଙ୍କ ପାଖରେ ଉପସ୍ଥାପନ କରନ୍ତୁ।ଏହି କାର୍ଯ୍ୟକ୍ରମରେ ବିଜେପି ର ବରିଷ୍ଠ ନେତା ବିନୋଦ ଦାଶ, ରଶ୍ମିରେଖା ଦାସ, ପୂର୍ବତନ କର୍ପୋରେଟର ଲକ୍ଷ୍ମୀଧର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। କଟକ ଜିଲ୍ଲା ବିଜେପି ପକ୍ଷରୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ ଙ୍କୁ ସ୍ଵାଗତ କରିବା ସହ ସମ୍ବର୍ଦ୍ଧନା ଦିଆଯାଇଥିଲା। ଦଳର ସାଂଗଠନିକ ସମ୍ପର୍କରେ ଆଲୋଚନା କରାଯାଇଥିଲା

Leave a Reply

Your email address will not be published. Required fields are marked *