କଟକ ମ୍ୟୁନିସିପାଲିଟିକୁ ୧୫୦ ବର୍ଷ: ଇତିହାସ ଭୁଲିଲେ ମେୟର-କମିଶନର, କାର୍ଯ୍ୟାଳୟ ସମ୍ମୁଖରେ କେକ୍ କାଟି ପାଳିଲା ଯୁବ ଜନତା କଂଗ୍ରେସ

କଟକ ତା ୨/୦୭ – କଟକ ମ୍ୟୁନିସିପାଲିଟି କର୍ପୋରେସନ (ସିଏମସି) ଗଠନର ୧୫୦ ବର୍ଷ ପୂର୍ତ୍ତି ଅବସରରେ ସହରରେ ଏକ ନିଆରା ପ୍ରତିବାଦ ଦେଖିବାକୁ ମିଳିଛି। ସିଏମସିର ଏହି ସ୍ମରଣୀୟ ଐତିହାସିକ ଦିବସକୁ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଭୁଲି ଯାଇଥିବା ବେଳେ ଓଡ଼ିଶା ଜନତା କଂଗ୍ରେସ ପାର୍ଟିର ଯୁବ ସଂଗଠନ ‘ଓଡ଼ିଶା ଜନତା ଯୁବ କଂଗ୍ରେସ’ ପକ୍ଷରୁ ଏହାକୁ ଅଭିନବ ଢଙ୍ଗରେ ପାଳନ କରାଯାଇଛି। ରାଜ୍ୟ ଯୁବ ସଭାପତି ଆର୍ଯ୍ୟବୀର ଲେଙ୍କାଙ୍କ ନେତୃତ୍ବରେ ବହୁ ସଂଖ୍ୟାରେ କର୍ମକର୍ତ୍ତା ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ୧୫୦ ବର୍ଷ ପୂର୍ତି ଉତ୍ସବ ମନାଇଛନ୍ତି। ସେଠାରେ କେକ୍ କଟାଯିବା ସହ ଉପସ୍ଥିତ ଲୋକଙ୍କ ମଧ୍ୟରେ ମିଠା ବଣ୍ଟନ କରି ଏହି ଗୌରବମୟ ଦିନକୁ ସେଲିବ୍ରେଟ୍ କରାଯାଇଛି।

ଏହି ଅବସରରେ ସଭାପତି ଶ୍ରୀ ଲେଙ୍କା କହିଛନ୍ତି ଯେ, କଟକ ସହରର ଇତିହାସ ଓ ଏହି ସ୍ବାୟତ୍ତ ଶାସନ ସଂସ୍ଥାର ଗରିମାକୁ ବର୍ତ୍ତମାନର ମେୟର ଏବଂ କମିଶନର ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କର୍ତ୍ତୃପକ୍ଷଙ୍କ ଏହି ଦାୟିତ୍ବହୀନତା ବିରୋଧରେ ଏବଂ ସହରର ଇତିହାସକୁ ମନେ ପକାଇଦେବା ପାଇଁ ଯୁବ କଂଗ୍ରେସ ପକ୍ଷରୁ ଏଭଳି ଅଭିନବ ଉପାୟରେ ପ୍ରତିବାଦ ସହ ଉତ୍ସବ ପାଳନ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି। ସିଏମସି କାର୍ଯ୍ୟାଳୟ ଆଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଓଡ଼ିଶା ଜନତା କଂଗ୍ରେସ ସାଧାରଣ ସଂପାଦକ ଶୁଭେନ୍ଦୁ ମଲ୍ଲିକ, କୃଷକ ସେଲ୍ ଅଧ୍ୟକ୍ଷ ସଂଗ୍ରାମ ମାଝୀ, ସୁରଜିତ ସାହୁ, ସନ୍ତୋଷ ପାତ୍ର, ସେକ ଗୁଲାମ୍ ମୋହିଉଦ୍ଦିନ, ସୋନକ ଶୁଭାଶିଷ ସାମଲ, ଅଜୟ ଗୋଛାୟତ, ଦିଲ୍ଲୀପ ନାୟକ, ହରେକୃଷ୍ଣ ବେହେରା, ରୀନା ବେହେରା,

ଅନିତା ବେହେରା, ରାଜଶ୍ରୀ ରାୟ, ମୋହସିନ୍ ଖାନ୍, ଭସମନ ଖାନ୍, ୱାଜିଦ୍ ଖାନ୍, ଶେଷଦେବ ବେହେରା, ଅବଦୁଲ ନସିମ, ସୋନୁ ନାୟକ, ନୂତନ ଦାସ, ଆକାଶ ସାମଲ, ବିକାଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *