ଦାବି ପୂରଣ ପାଇଁ ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ। ରୋଗୀ ହନ୍ତସନ୍ତ

ନୟାଗଡ଼ ତା,1,7,2026 :

ଡାକ୍ତର ଆନ୍ଦୋଳନ ପାଇଁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇ ପଡିଛି । ଶହ ଶହ ରୋଗୀଙ୍କ ପାଇଁ ଅଛନ୍ତି ମାତ୍ର 3 ଜଣ ଆୟୁଷ ଡାକ୍ତର । ଆଉଟୁଡୋର ରୋଗୀ ଚିକିତ୍ସା ପାଇଁ ଲମ୍ବା ଲାଇନ ଦେଖିବା ପାଇଁ ମିକିଛି। ରୋଗୀଙ୍କ ଅସମ୍ଭାଳ ଭିଡ଼ ସେପଟେ ଡାକ୍ତରଙ୍କ ଆନ୍ଦୋଳନ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ରୋଗୀ ସେବାରେ ଅବ୍ୟବସ୍ଥା ଦେଖିବା ପାଇଁ ମିକିଛି ।ଏ ପରିକି ବିଭିନ୍ନ ୱାର୍ଡରେ ଡାକ୍ତର ନଥିବାରୁ ବେଡ଼ ପଡି ଛଟପଟ ହେଉଛନ୍ତି। ଚିକିତ୍ସା ନ ମିଳିବାରୁ ଘଡୁଆଳ ଗାଁର 65 ବର୍ଷର ବୃଦ୍ଧ ଦିନବନ୍ଧୁ ବରାଡ଼ଙ୍କ ମୃତ୍ୟୁ ହୋଇଛି। ସେ ଶ୍ଵାସ ରୋଗରେ ପୀଡିତ ହୋଇ ଚିକିତ୍ସା ପାଇଁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ 5 ଦିନେ ତଳେ ଆସିଥିଲେ। ଆଜି ଡାକ୍ତର ଆନ୍ଦୋଳନ ଯୋଗୁ କୌଣସି ଡାକ୍ତର ୱାର୍ଡକୁ ନସିବାରୁ କମ୍ପାଉନଣ୍ଡର ଦେଖିଥିଲେ। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବା ବେଳଙ୍କୁ ଡାକ୍ତରଙ୍କ ଚିକିତ୍ସା ନ ମିଳିବା ରୁ ଦିନବନ୍ଧୁ ବରାଡ଼ଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
ସେପଟେ 18 ଦଫା ଦାବି ନେଇ ଜିଲ୍ଲାର 134 ଜଣ MBBS ଡାକ୍ତର ଆନ୍ଦୋଳନ ରହିଥିବା ଡାକ୍ତର ସଙ୍ଘ ପକ୍ଷରୁ କୁହାଯାଇଛି। ଜିଲ୍ଲାର 51ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଅନୁପସ୍ଥିତ ପାଇଁ ରୋଗୀ ସେବା ଅଚଳବ୍ୟବସ୍ଥା ହୋଇଛି।
ନୟାଗଡ଼ ରୁ ବିଶ୍ଵନାଥ ଘଡେଇଙ୍କ ରିପୋର୍ଟ,

Leave a Reply

Your email address will not be published. Required fields are marked *