

ଚଣ୍ଡିଖୋଲ, ୨୯/୬ : ସରକାରଙ୍କ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ ସହିତ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରୁ ଅବସର ନେଉଥିବା ଓ ନେବାକୁ ଥିବା ଶିକ୍ଷକ, କର୍ମଚାରୀଙ୍କୁ ଚାକିରୀ ସର୍ତ୍ତାବଳୀ ସହ ପେନସନ୍ ପ୍ରଦାନ, ଉଚ୍ଚ ନ୍ୟାୟାଳୟ ଙ୍କ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବା, ଶୂନ୍ୟ ପଡ଼ିଥିବା ପଦବୀରେ ନିଯୁକ୍ତି ବ୍ୟବସ୍ଥା ପ୍ରଚଳନ, ଗ୍ରେଡ଼ ପେ’ ରେ ଥିବା ଅସଂଗତି , ୨୦୦୬ରୁ ୨୦୧୩ ମସିହା ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତି ଭିତ୍ତିକ ଶିକ୍ଷକ ମାନଙ୍କୁ ୬ଟି ନେସନାଲ ଇନକ୍ରିମେଣ୍ଟ ସହ ବରିଷ୍ଟତା ପ୍ରଦାନ, ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ କୁ ସରକାରୀ କରଣ, ଅବସର ବୟସସୀମା ୬୦ବର୍ଷ ରୁ ୬୨ବର୍ଷକୁ ବୃଦ୍ଧି,ସମେତ ତୃଟି ଶୁନ୍ୟ ପାଠ୍ୟ ପୁସ୍ତକ ପ୍ରଚଳନ କରିବା ଦାବୀ ନେଇ ଆଜି ଭୁବନେଶ୍ଵର ଗାନ୍ଧୀ ମଇଦାନ ଠାରେ ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ର ବିଶାଳ ସମାବେଶରେ ଯୋଗଦେଇ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ଏହି ସମାବେଶ ବଡଚଣା ରୁ ୧୫୦ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଥିଲେ। ରାଜ୍ୟ ଓଷ୍ଟା ଯୁଗ୍ମ ସଂପାଦକ ବ୍ରଜ କିଶୋର ବିଶ୍ବାଳ,ବଡଚଣା ବ୍ଲକ୍ ଓଷ୍ଟା ର। ସଭାପତି ସୁଭାଷ ଚନ୍ଦ୍ର ମହାପାତ୍ର, ସମ୍ପାଦକ ସତ୍ୟବାଦୀ ପଣ୍ଡା, ଉପ ସଭାପତି ନିଝୁମ ମହାନ୍ତି, ଯୁଗ୍ମ ସଂପାଦକ ନିର୍ମଳ ଚନ୍ଦ୍ର ଦଳେଇ, ଉପଦେଷ୍ଟା ଦୟାନିଧି ସାମଲ, ଲକ୍ଷ୍ମୀଧର ରାଉତ, ଅବଦୁଲ୍ କଲାମ୍ ବକ୍ସ, ରଂଜନ କୁମାର ପଣ୍ଡା ପ୍ରସନ୍ନ କୁମାର ପୃଷ୍ଟି ପ୍ରମୁଖ ଙ୍କ ନେତୃତ୍ବରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇ ଥିଲେ।