
ଚଣ୍ଡିଖୋଲ ୨୯/୬ : ଗତ ହୋଲି ଦିନ ଚଣ୍ଡିଖୋଲ ସ୍ଥିତ ବାବା ଭୈରବା ନନ୍ଦସ୍ୱୟଂ ଶାସିତ ମହାବିଦ୍ୟାଳୟରେ ହୋଇଥିବା ମଦ ମାଂସ ର ଆସର ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ କଲେଜ ଗୌରବରେ ଅଞ୍ଚ ଆସିଛି ।ଏ ସମ୍ପର୍କରେ ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ ପରିଚାଳନା କମିଟିର ସଭାପତି ତଥା ଯାଜପୁର ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଗତମାସ ୨୯/୫ ରେ ଅତିରିକ୍ତ ଜିଲ୍ଲାପାଳ କଲେଜ ର ଅଧକ୍ଷ,କର୍ମଚାରୀ ଓ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତି ବିଶେଷଙ୍କୁ ନିଜ କାର୍ଯ୍ୟାଳୟକୁ ଡକାଇ ଘଟଣାର ସତ୍ୟାସତ୍ୟ ପଚାରି ବୁଝି ଥିଲେ । କଲେଜର ଅଧ୍ୟକ୍ଷ ଘଟଣା ସତ୍ୟ ବୋଲି ମାନିଥିଲେ, ମାତ୍ର ଏହାଭିତରେ ଏକ ମାସ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ । ଏହାର ପ୍ରତିବାଦରେ। ଆଜି ବଡ଼ଚଣା ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ କଲେଜର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ଦିଆଯାଇ ଥିଲା। ପ୍ରକାଶ ଥାଉକି କଲେଜର ଜୈନିକ କ୍ଲର୍କ ରତିକାନ୍ତ ସ୍ବାଇଁ , କଲେଜ କର୍ମଚାରୀ ତୁଷାର, ଜୟନ୍ତ ,ସରୋଜ ଓ ଜଣେ ରାତି ଜଗୁଆଳି କଲେଜର ନିଷିଦ୍ଧାଞ୍ଚଳ କକ୍ଷରେ ପ୍ରବେଶ କରି ମଦ ମାଂସଭୋଜି କରି ଖାଇବାର ଦୃଶ୍ୟ ସିସି କ୍ୟାମେରା କୈଦ୍ ହୋଇଥିଲା ଯାହା ପରବର୍ତ୍ତୀ ସମୟରେ ଭାଇରାଲ ହୋଇ ପ୍ରଚାରପ୍ରସାର ହୋଇ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା । ଯାହା କଲେଜ ଗୌରବରେ ଅଞ୍ଚ ଆଣିଥିଲା । ମାତ୍ର ତଦନ୍ତ ପରେ ଘଟଣା ସତ୍ୟ ହୋଇଥିଲେ ମଧ୍ୟ ଅଭିଯୁକ୍ତ ମାନଙ୍କ ପ୍ରତି କୌଣସି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଏହାର ପ୍ରତିବାଦରେ ଆଜି ବିଜୁ ଯୁବ ଜନତା ଦଳର ସଭାପତି ପ୍ରଦୀପ କୁମାର ମହାନ୍ତି ଙ୍କ ସଭାପତିତ୍ବରେ ଆୟୋଜିତ ଧାରଣାର ବଡଚଣା ବିଜେଡି ନେତା କ୍ୟାପଟେନ ରାଜ୍ ନାରାୟଣ ମହାପାତ୍ର ଯୋଗଦେଇ ବିଧାୟକଙ୍କ ଚାପରେ ଜିଲ୍ଲା ପ୍ରଶାସନ ଓ କଲେଜ ଅଧ୍ୟକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ। ଆଗାମୀ ଦୁଇ ଦିନ ମଧ୍ୟରେ ଜଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଚାଲୁ ରହିବା ସହିତ ରାଜରାସ୍ତାକୁ ଦଳ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଛାତ୍ର ବିଜେଡ଼ି ସଭାପତି ସଭାପତି ସଂଜୟ କୁମାର ବେହେରା, ବ୍ଲକ୍ ବିଜେଡି ସଭାପତି ତାପସ ରାୟ, ଯୋନ ସଭାପତି ଧୂଳେଶ୍ୱର ଦାସ ଜିଲ୍ଲା ସଂପାଦକ ସଂଜୟ କୁମାର ସ୍ଵାଇଁ, ଦିଲ୍ଲୀପ କୁମାର ସାମଲ ପ୍ରକାଶ କୁମାର ପ୍ରଧାନ, ଆଶିଷ ରଂଜନ ଚୌଧୁରୀ, ନିରଞ୍ଜନ ବିଶ୍ୱାଳ, ବିବେକ ରଂଜନ ସୁବୁଦ୍ଧି, ସମିତି ସଭ୍ୟ ସଂଜୟ କୁମାର ବେହେରା,ନାରାୟଣ ଚନ୍ଦ୍ର ମୁଦୁଲି, ସୁଲତାନ ସୈଫୁଲା , ପ୍ରମୁଖ ଯୋଗଦେଇ ଚଣ୍ଡିଖୋଲ କଲେଜ ରେ ଚାଲୁଥିବା ଅନ୍ୟାୟ, ଅନୀତି, ଓ ଦୁର୍ନୀତିର କଡ଼ା ସମାଲୋଚନା କରିଥିଲେ। ଦାବୀ ପୂରଣ ନ ହେବା ଯାଏ ଏହି ଧାରଣା ଚାଲୁ ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି।