ଚଣ୍ଡିଖୋଲ, ୨୫/୬(କ.ପ୍ର) ଗ୍ରାମାଞ୍ଚଳ ରେ ଆଲୋଲିକରଣ ପାଇଁ ପୁର୍ବ ସରକାର ୨୦୨୧-୨୨ ଏବଂ ୨୦୨୨-୨୩ ମସିହାରେ ଆମ ଗାଁ ଆମ ବିକାଶ କାର୍ଯକ୍ରମ ଜରିଆରେ କରାଯାଇଥିବା ଏଲ୍ ଇ ଡି ଷ୍ଟ୍ରିଟ ଲାଇଟ୍ ଲଗାଇବାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ପରେ ଆଜି ଭିଜିଲାନ୍ସ ପକ୍ଷରୁ ବଡଚଣା ର ୧୧ଟି ପଞ୍ଚାୟତ ରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି।ଗ୍ରାମରେ , ଏଲ୍ ଏଡି ଷ୍ଟ୍ରୀଟ୍ ଲାଇଟ୍ ବ୍ୟବସ୍ଥା ସ୍ଥାପନ ଓ ବାର୍ଷିକ ରକ୍ଷଣା ବେକ୍ଷଣ ଚୁକ୍ତି କରାଯାଇଥିଲା। ମାତ୍ର ଏହି କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଓ ସରକାରୀ ଅର୍ଥ ଆତ୍ମସାତ ହୋଇଥିବା ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା।ଭିଜିଲାନ୍ସ ବିଭାଗ ପକ୍ଷରୁ ୮ଟି ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇ ଅଭିଯୋଗ ହୋଇଥିବା ଗ୍ରାମ ପଞ୍ଚାୟତ ଉପରେ ଚଢାଉ କରାଯାଇଛି। ଫଳରେ ଏହି ଆର୍ଥିକ ଅନିୟମିତତା ରେ ସଂପୃକ୍ତ ଥିବା ସରପଞ୍ଚ, ପି ଓ, ଠିକାଦାର ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଭିଜିଲାନ୍ସ ଟିମ୍ ଆସିବା ଖବର ପାଇ କେତେକ ସରପଞ୍ଚ, ପି ଓ ସମେତ ଠିକାଦାର ମାନେ କାର୍ଯ୍ୟାଳୟ ବନ୍ଦ କରି ଲୁଚି ରହି ଥିବା ଜଣା ପଡିଛି। ତେତୋଟି ପଞ୍ଚାୟତ ଅଫିସ୍ ରୁ ଯାଞ୍ଚ୍ ପରେ ଟେଣ୍ଡର ନିୟମାବଳୀ ରେ ଉଲଂଘନ, ବିଦ୍ୟୁତ୍ ମିଟର, ୫ଶହ ମିଟର କେବୁଲ୍ , ଏମ ସି ସି ବି, ଆଇ ହୁକ୍, ସସ୍ପେନ୍ସ କ୍ଲାମ୍ପ, ସ୍ଵିଚ ଟାଇମର ଭଳି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ନ ଲଗାଇ ବିଲ୍ କରି ଅର୍ଥ ଉଠାଇଥିବା ଜଣା ପଡିଛି। ଫଳରେ ସରକାରୀ ଅର୍ଥର ବ୍ୟାପକ ଅର୍ଥ ହଡ଼ପ ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ବଡଚଣା ବ୍ଲକ୍ ଅନ୍ତର୍ଗତ ଅଚ୍ୟୁତବସନ୍ତ , ଅଣକା, ଛତିଆ, ବନ୍ତଳା, ଧାନମଣ୍ଡଳ,ଚଂପାପୂର୍, ଦର୍ପଣ, ବୈରୀ, ମାଣ୍ଡୁକା, ଓ ଅଭୟପୂର୍, ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଚଢାଉ କରାଯାଇଛି। ବନ୍ଦ୍ ଥିବା ପଞ୍ଚାୟତ କାର୍ଯ୍ୟାଳୟ ଗୁଡିକ ବିଷୟରେ ଭିଜିଲାନ୍ସ ବିଭାଗ ବଡଚଣା ବ୍ଲକ୍ ବିଡିଓ ଙ୍କ ଠାରୁ ଯୋଗାଯୋଗ କରିବା ପାଇଁ ଉଦ୍ୟମ କରିଥିଲେ। ଏବେ ଗ୍ରାମାଞ୍ଚଳରେ ଲାଗିଥିବା ଷ୍ଟ୍ରୀଟ ଲାଇଟ୍ ଗୁଡ଼ିକ ଅକାମୀ ହୋଇ ପଡ଼ିଛି। ନିମ୍ନ ମାନର ଯନ୍ତ୍ରାଂଶ, ରକ୍ଷଣା ବେକ୍ଷଣ ର ଅଭାବ ଯୋଗୁ ଷ୍ଟ୍ରୀଟ୍ ଲାଇଟ୍ ଗୁଡ଼ିକ ନଷ୍ଟ ହୋଇ ହୋଇ ଯାଇଛି। ଏହି ଏଲ୍ ଇ ଡି ଲାଇଟ୍ ପ୍ରକଳ୍ପ ଦୁର୍ନୀତିରେ ସଂପୃକ୍ତ ଥିବା ଜନପ୍ରତିନିଧି, ସରକାରୀ କର୍ମଚାରୀ ଙ୍କୁ ଗିରଫ କରିବା ସହିତ ସରକାରୀ ଅର୍ଥ ଫେରସ୍ତ ସହିତ ଠିକାଦାର ସଂସ୍ଥାର ଲାଇସେନ୍ସ ରଦ୍ଦ କରିବା ସହିତ କଳା ତାଲିକାଭୁକ୍ତ କରିବାକୁ ସାଧାରଣରେ ଦାବୀ ହେଉଛି।