
ଚଣ୍ଡିଖୋଲ ୨୫/୬ : ବଡଚଣା ଓଷ୍ଟା ର ଏକ ଜରୁରକାଳୀନ କାର୍ଯ୍ୟକାରୀ କମିଟି ବୈଠକ ସଭାପତି ସୁବାଷ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୯ ତାରିଖରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସଂଘ ଆହ୍ବାନ କ୍ରମେ ଭୁବନେଶ୍ଵର ଗାନ୍ଧୀମାର୍ଗ ରେ ଓଡ଼ିଶା ସରକାର ଙ୍କ ଶିକ୍ଷକ କର୍ମଚାରୀ ମାନଙ୍କ ସାମ୍ବିଧାନିକ ଅଧିକାର ଓ ବିଭିନ୍ନ ପ୍ରତିଶ୍ରୁତି ପାଳନରେ ଚଂଚକତା, କୋର୍ଟ କଚେରୀ ର ଆଦେଶ ପାଳନରେ ନକରାତ୍ମକ ମାନସିକତା ବିରୋଧରେ ପ୍ରତିବାଦ ସଭା କୁ ସଫଳ କରିବା ପାଇଁ ବିଭିନ୍ନ ଆଲୋଚନା କରାଯାଇଥିଲା।ଏଥିସହିତ ବଡଚଣା ବ୍ଲକ୍ ରେ ପଦୋନ୍ନତି ପାଇ ପ୍ରଧାନ ଶିକ୍ଷକ ରୁପେ ଯୋଗଦାନ କରିଥିବା ୨୧ଜଣ ନୂତନ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଓଷ୍ଟା ତରଫରୁ ସମ୍ବର୍ଧନା କରାଯିବାର ନିଷ୍ପତି ଗ୍ରହଣ କରାଯାଇଥିଲା।ସମ୍ପାଦକ ସତ୍ୟବାଦୀ ପଣ୍ଡା, ସହ ସମ୍ପାଦକ ନିର୍ମଳ ଚନ୍ଦ୍ର ଦଳେଇ,ଉପସଭା ନେତ୍ରୀ ନିଝୁମ ମହାନ୍ତି, ବସନ୍ତ ପ୍ରଧାନ, ପ୍ରକାଶ ଚନ୍ଦ୍ର ପାଲ୍, ଅନୀଲ କୁମାର ପ୍ରଧାନ, ମାନସ ବେହେରା,ଉପଦେଷ୍ଟା ଦୟାନିଧି ସାମଲ, ଅଜିତ୍ ମହାନ୍ତି, ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।