ଚଣ୍ଡିଖୋଲ, : ବଡ଼ଚଣା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ସକାଳେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ଯାହାଫଳରେ ଜଣେ ସ୍କୁଲ ଛାତ୍ରୀ ଅଂଶୁଘାତରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ତାଙ୍କୁ ସେଠାରେ ରଖିବାକୁ ଗୃହ ଚାବି ମିଳିବାରେ ବହୁ ବିଳମ୍ବ ହୋଇଥିଲା ଏବଂ ଗଣମାଧ୍ୟ ପ୍ରତିନିଧି ସେଠାରେ ପହଂଚିବା ପରେ ଚାବି ମିଳିଥିଲା l ସୂଚନା ଅନୁସାରେ ବଡ଼ଚଣା ବ୍ଲକ ଶିକ୍ଷା ମଣ୍ଡଳ ଅଧିନରେ ଥିବା ଖଇରା ପଂଚାୟତ କଡ଼ାଇ ଗାଁରେ ଥିବା ଜାଗୁଳାଇ ନୋଡାଲ ସ୍କୁଲର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ସ୍କୁଲ ଶ୍ରେଣୀ ଗୃହରେ ବସି ପାଠ ପଢ଼ୁଥିବା ବେଳେ ହଠାତ ତଳେ ପଡିଗଲେ l ସଂଗେସଂଗେ ସେଠାରେ ନିଯୁକ୍ତି ପାଇଥିବା ଶିକ୍ଷୟତ୍ରୀ ମାନେ ଗାଡି ଡାକି ବଡ଼ଚଣା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ l ଡାକ୍ତର ଉକ୍ତ ଛାତ୍ରୀକୁ ଚିକିତ୍ସା କରିବା ପରେ ତାର ରକ୍ତ ଚାପ ବାହାରିଥିଲା ଏବଂ ତାଙ୍କୁ ଅଂଶୁଘାତ ଗୃହରେ ରଖିବାକୁ କହିଥିଲେ l ତେବେ ସେଠାରେ ଉପସ୍ଥିତ ଥିବା ସିକ୍ୟୁରିଟି ଅଂଶୁଘାତ ଗୃହରଚାବି ନଥିବା କହିଥିଲେ l ଚାବି ଖୋଜିବା ପାଇଁ ଛାତ୍ରୀଙ୍କ ସହିତ ଆସିଥିବା ଶିକ୍ଷୟିତ୍ରୀ ଙ୍କୁ ପ୍ରାୟ 20 ମିନିଟ ସମୟ ଲାଗିଥିଲା l ଡ୍ରେସ୍ସିଂ ରୁମରେ ଥିବା କର୍ମଚାରୀ ନିଜେ ଅଂଶୁଘାତ ଗୃହର ଚାବି ରଖିଥିଲେ ସତ କିନ୍ତୁ ଚାବି ଦବାକୁ ଆଗ୍ରହୀ ନଥିଲେ l ଏହି ସମୟରେ ଜମେ ଗଣମାଧ୍ୟମ ପ୍ରତିନିଧି ପହଂଚି ଚାବି କାହାପାଖରେ ଅଛି ଜାଣିବାକୁ ଉଦ୍ୟମ କରିଥିଲେ l ମାତ୍ର କେହି କିଛି କହିପାରିନଥିଲେ l ଏହାକୁନେଇ କିଛି ସମୟ ପାଇଁ ଉତ୍ତେଜନା ଲାଗିବାରୁ ଡ୍ରେସ୍ସିଂ ରୁମରେ ଥିବା କର୍ମଚାରୀ ଅଂଶୁଘାତ ଗୃହ ଚାବି ଦେବାରୁ ରୋଗି କୁ ସେଠାରେ ଭର୍ତି କରାଯାଇଥିଲା l କିଛି ସମୟ ଛାତ୍ରୀଟି ଚିକିତ୍ସା ହେବାପରେ ତାର ଅବିଭାବକ ଙ୍କ ସହିତ ଘରକୁ ଯାଇଥିଲେ l ପ୍ରକାଶ ଥାଉକି ଅଂଶୁଘାତ ଗୃହ ଚାବି କାହାପାଖରେ ରହିବା କଥା ଏବଂ ଯେଉଁ କର୍ମଚାରୀ ଚାବି ରଖିଥିଲେ ସେ ତୁରନ୍ତ କାହିଁକି ଦେଲେନାହିଁ ବୋଲି ପ୍ରଶ୍ନବାଚି ସୃଷ୍ଟି ହୋଇଛି l ତେବେ ଚାବି ରଖିଥିବା କର୍ମଚାରୀ ଅଂଶୁଘାତ ଗୃହ ଚାବି ଦେବାରେ ବିଳମ୍ବ କଲେ ଏବଂ ଯଦି ଛାତ୍ରୀଟି କୌଣସି ଅସୁବିଧା ହୋଇଥାନ୍ତା କିଏ ଦାୟୀ ହୋଇଥାନ୍ତା l ମେଡିକାଲ ଅଧିକାରି ତୁରନ୍ତ ଏହାଉପରେ ତଦନ୍ତ କରି କାର୍ଯାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି l