
ବ୍ୟର୍ଥ ପ୍ରେମିକର ବୁକୁଫଟା ଚିତ୍କାର ପରି
ଆପଣା ଶରଧା ଆଉ ନୁଖୁରା ପ୍ରେମରେ
ତୋଳିଥିବା କବିତାର ସୌଦ୍ଧରେ
ଅନେକ ବାଢ଼ିଦିଅନ୍ତି
ସପ୍ରେମ ଆସ୍ଫାଳନର ଶ୍ରଦ୍ଧା ସୁମନ
ଏହିଭଳି ସାଧାରଣ ଚରିତ୍ରର କବି ସାହିତ୍ୟିକ
ଅନେକ ଅଛନ୍ତି ଆଉ ନିଜ ଉପସ୍ଥିତିକୁ ବି
ଖୁବ୍ ଆଡମ୍ବର ସହକାରେ ଜାହିର କରନ୍ତି ।
କବିର ଅସାଧାରଣ ରୂପରେ
କାମନା କଢ଼ିରେ ଭାରାକ୍ରାନ୍ତ ଯୌବନଟା
ପତ୍ରଝଡ଼ା ଦେଲା ଏଇ ଏବେ ଏବେ
ଛବିରାଣୀ iii