9ଟି ଆଖଡ଼ା ସହ ଶାନ୍ତି ଶୃଙ୍ଖଳା ସହ ମହରମ୍ ଶୋଭାଯାତ୍ରାର ସମ୍ପନ୍ନ
୧୫ ପ୍ଲାଟୁନ୍ ଫୋର୍ସ ଡ୍ରୋନ୍ ଏବଂ ସିସି ଟିଭି କ୍ୟାମେରା ସହରର ସମସ୍ତ କାର୍ଯ୍ୟକଳାପ ଉପରେ ନଜର ରଖିଥିଲେ।




ରାଜଗାଙ୍ଗପୁର : (କ.ବ୍ୟୁ) ଶୁକ୍ରବାର, ଜୁନ୍ ୨୬, ୨୦୨୬ ରେ, ରାଜଗାଙ୍ଗପୁର ସହରରେ ମହରମ୍ ପର୍ବ ଅତ୍ୟନ୍ତ ଉତ୍ସାହର ସହିତ ପାଳିତ ହୋଇଯାଇଅଛି । ମୋଟ ନଅଟି ଆଖଡ଼ା ମହରମ୍ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଉଲ୍ଲେଖନୀୟ ଯେ ଶୁକ୍ରବାର ଅପରାହ୍ନ ୪ଟାରେ, ସମସ୍ତ ଆଖଡ଼ା ନିଜ ନିଜ ଅଞ୍ଚଳ ରୁ ବାହାରି ରାଜଗାଙ୍ଗପୁର ସ୍ଥିତ ସୁଭାଷ ଛକରେ ଏକାଠି ହୋଇଥିଲେ। ସେଠାରୁ ସେମାନେ ଲାଠି ଲଢ଼େଇ ପ୍ରଦର୍ଶନ କରି ମସଜିଦ୍ ରୋଡ୍, ବାରଦ୍ୱାର ରୋଡ୍, ରବାନୀ ଛକ , ଭଟ୍ଟପଡ଼ା, ସୁଭାଷ ଛକ, ମେନ୍ ରୋଡ୍, ଖଡ଼ାଗାଲି, ପୌରକାର୍ଯ୍ୟାଳୟ, ସାପ୍ତାହିକ ବଜାର, ଉର୍ଦ୍ଦୁ ସ୍କୁଲ ଏବଂ ତାଲକିପଡ଼ା ଦେଇ କର୍ବାଲାରେ ପହଞ୍ଚିଥିଲେ। ରାଜଗାଙ୍ଗପୁରରେ ମହରମ୍ ପର୍ବ ଆଡମ୍ବରର ସହ ପାଳିତ ହୋଇଥିଲା । କର୍ବଲାର ଶହୀଦଙ୍କ ସ୍ମୃତିରେ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ସମସ୍ତ ମହରମ୍ ଶୋଭାଯାତ୍ରା ପାରମ୍ପରିକ ରୀତିରେ ବାହାର କରାଯାଇଥିଲା। ସୁନ୍ଦରଗଡ଼ ଆରକ୍ଷିକ ଅଧୀକ୍ଷକ ଅମୃତପାଲ କୌରଙ୍କ ତତ୍ତ୍ୱାବଧାନରେ ମହରମ୍ ଶୋଭାଯାତ୍ରା ବହାରିଥିଲା । ଏହି ଶୋଭାଯାତ୍ରା ରେ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ମହରମ୍ ଶୋଭାଯାତ୍ରା ସମୟରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ରାଜଗାଙ୍ଗପୁର ବିଧାୟକ ଡକ୍ଟର ସିଏସ୍ ରାଜେନ ଏକ୍କା, ରାଜଗାଙ୍ଗପୁର ତହସିଲଦାର ଜଗବନ୍ଧୁ ମଲ୍ଲିକ, ସ୍ଥାନୀୟ ବ୍ଲକ ଅଧିକାରୀ ଅକ୍ଷୟ କୁମାର ବାଗ, ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନା, ପୌରାଧ୍ୟକ୍ଷା ମାଧୁରୀ ଲୁଗୁନ୍, ଉପନଗରପାଳ ଏମଡି ଇରଫାନ, ସୁଶ୍ରୀତା ପାଇକରାୟ ପ୍ରଶାସନ ପକ୍ଷରୁ ଉପସ୍ଥିତ ଥିଲେ। ରାଜଗାଙ୍ଗପୁର ଏସଡିପିଓ ବିଭୂତି ଭୂଷଣ ଭୋଇ, ସ୍ଥାନୀୟ ଥାନା ଭାରପ୍ରାପ୍ତ ଅଧିକାରୀ ବିଜୟ କିଶୋର ଦାସ ସଦବଲ ସହିତ ସମସ୍ତ ଛକ ଉପରେ କଡ଼ା ନଜର ରଖିଥିଲେ। ପ୍ରଶାସନ ପକ୍ଷରୁ ମହରମ୍ ଶୋଭାଯାତ୍ରାର କଡ଼ା ନଜର ରଖିବା ପାଇଁ 15 ପ୍ଲାଟୁନ୍ ପୋଲିସ, କନଷ୍ଟେବଳ, ସିସି ଟିଭି କ୍ୟାମେରା ଏବଂ ଡ୍ରୋନ୍ ନିୟୋଜିତ କରାଯାଇଥିଲା। ଉପସ୍ଥିତ ଲୋକଙ୍କ ମଧ୍ୟରେ ମୁସଲିମ୍ ପଞ୍ଚାୟତ କମିଟି ସଭାପତି ଏମଡି ଆରିଫ୍, ସାଧାରଣ ସମ୍ପାଦକ ମାସୁଦ ଅମାନ, ଏମଡି ଜାବେଦ, ଇଫ୍ତେଖାର ଅହମ୍ମଦ (ପାକା ବାବୁ), ଅଶୋକ ଦାସ, ପିଲା, ବୃଦ୍ଧ ଏବଂ ବୃଦ୍ଧାମାନେ ଉପସ୍ଥିତ ରହିଥିଲେ।
(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )