

ଚଣ୍ଡିଖୋଲ,୨୨/୧ : ଦୀର୍ଘ ଦିନ ଧରି ଗ୍ରାମ୍ୟ ପୁନଃ ନିର୍ମାଣ ସଂସ୍ଥା (VRO) ରେ ଜଣେ ଜଣେ ସ୍ଵେଚ୍ଛା ସେବୀ ହୋଇ ଗ୍ରାମାଞ୍ଚଳରେ ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କୁ ଆତ୍ମ ନିଯୁକ୍ତି କରିବା ପାଇଁ ବିଭିନ୍ନ ପ୍ରଶିକ୍ଷଣ ଦେଇ ଆଥିବା, ଓ ଦେଶ ଓ ରାଜ୍ୟ ପୁନଃ ନିର୍ମାଣ ରେ ନିଜର କର୍ତ୍ତବ୍ୟ କରି ଆସିଥିବା ଓ ସ୍ୱଳ୍ପ ପ୍ରୋତ୍ସାହନ ରାଶିରେ ଦୀର୍ଘ ଚାରି ଦଶନ୍ଧି ଧରି କାର୍ଯ୍ୟ କରି ଆସୁଥିବା ପୂର୍ବତନ କର୍ମଚାରୀ ମାନେ ଆଜି ଗ୍ରାମ୍ୟ ପୁନଃ ନିର୍ମାଣ ସଂସ୍ଥା ର ସମ୍ପତି ସୁରକ୍ଷା ଓ କର୍ମ ଚାରୀ ମାନଙ୍କୁ ଇ ପି ଏଫ୍ ପ୍ରଦାନ ଦାବୀ ନେଇ ଧାରଣା ରେ ବସିଛନ୍ତି।ଚଣ୍ଡିଖୋଲ ସ୍ଥିତ ଗ୍ରାମ୍ୟ ପୁନଃ ନିର୍ମାଣ ସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଶତାଧିକ ପୂର୍ବତନ କର୍ମଚାରୀମାନେ ଧାରଣା ରେ ବସିଛନ୍ତି। ସେମାନଙ୍କ କହିବାଅନୁଯାୟୀ ଭାରତର ସାତଟି ରାଜ୍ୟରେ ଗ୍ରାମୀଣ ପୁନଃ ନିର୍ମାଣ ସଂସ୍ଥା ର ଜମିବାଡ଼ି ସମ୍ପତି ଅଛି। ମାତ୍ର ଏହି ସଂସ୍ଥାରେ ନିଯୁକ୍ତି ପାଇଥିବା କେତକ କର୍ମଚାରୀ ସେହି ସମ୍ପତ୍ତିକୁ ବିକ୍ରି କରି ଅର୍ଥ ଆତ୍ମସାତ କରିବା ପାଇଁ ଉଦ୍ୟମ କରୁଛନ୍ତି। ଏଥି ସହିତ ଏହି ସଂସ୍ଥାରେ ସ୍ୱଳ୍ପ ଦରମାରେ ଚାକିରୀ କରି ଆସୁଥିବା ପୂର୍ବତନ କର୍ମଚାରୀ ମାନଙ୍କୁ ଇ ପି ଏଫ୍ ଟଙ୍କା ପ୍ରଦାନ କରାଯାଉନାହିଁ। ଏଥିପ୍ରତି ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବୀ କରିଛନ୍ତି ନଚେତ୍ ସେମାନେ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି । ପ୍ରତାପ ଚନ୍ଦ୍ର କୋରା, ଆଲବର୍ଟ ଡି ସିଲଭା, ସୁଜିତ୍ କୁମାର ରାଉତ, ସରୋଜ କୁମାର ସ୍ଵାଇଁ, ପ୍ରତିଭା ଜେନା, ପୁଷ୍ପ ଲତା ରାଉଳ, କାଦମ୍ବିନୀ ଜେନା ଙ୍କ ନେତୃତ୍ବରେ ଏହି ଧାରଣା ରେ ସୁମନ ବେହେରା, ପୁଷ୍ପାଞ୍ଜଳି ରାଉତ, ଆଲୋକ ଜେନା , ସଂଯୁକ୍ତା ବିଶ୍ବାଳ, ପ୍ରତିମା ମଞ୍ଜରୀ ଦାସ, ପାର୍ବତୀ ରାଉତ, ରେକୁରାମ ବେହେରା, ରାମ ଚନ୍ଦ୍ର ବାରିକ, ରାଜ୍ ନାରାୟଣ ମାଝି, ଡମ୍ବରୁଧର ମହନ୍ତ, ସୁମନ୍ତ କୁମାର ବେହେରା, ସୌଦାମିନୀ ମଲ୍ଲିକ, ରାଧାରାଣୀ ଭୂୟାଁ, ସଂଘମିତ୍ରା ମଙ୍ଗରାଜ, ମଙ୍ଗୁଲ ମୁଣ୍ଡା, ଛତ୍ରପତି ଶାହା ପ୍ରମୁଖ ଶତାଧିକ କର୍ମଚାରି ଧାରଣାରେ ଯୋଗଦେଇ ସରକାର ତୁରନ୍ତ ଆମର ଦାବି ପୂରଣ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ।