



ଗାଇସିଲେଟ (କ ବ୍ୟୁ ) : ଦୁଇବର୍ଷ ଫୁର୍ତ୍ତି ଅବସରରେ ଗାଇସିଲେଟ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉଦ୍ୟେଶ୍ୟ ଜାତି ଜନଜାତି ସାମ୍ବାଦିକ ବୈଠକ l ଏହାର ଅକ୍ଷରିକ ଅର୍ଥ କହିବାକୁ ଗଲେ ଓଡିଶାକୁ ଶିକ୍ଷା ସମୃଦ୍ଧି କରିବା ଦିଗରେ ସରକାରଙ୍କର ପ୍ରୟାସ l କାର୍ଯ୍ୟକ୍ରମର ମୁଖ୍ୟାଂଶରେ ମୁଖ୍ୟ ଅତିଥି ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ ଅଧ୍ୟକ୍ଷ ଶ୍ରୀ ଗୋବର୍ଦ୍ଧନ ଭୋଇ, ZP ଶ୍ରୀମତୀ ଝରଣା ପାଣିଗ୍ରାହୀ, ବରିଷ୍ଠ ସଭ୍ୟ ସଞ୍ଜୟ ପୁରୋହିତ,ସମିତି ଅଧ୍ୟକ୍ଷ ପ୍ରଣୟ ସାହୁ, ତଫସିଲ ଭୁକ୍ତ ଜାତୀୟ ସଭାପତି ଗୋଲାପ ପାଇକ, ଜନଜାତି ସଭାପତି ଜଗତସିଂହ ବରିହା,ବ୍ଲକ ବି ଡି ଓ ଲକ୍ଷ୍ମଣ ମାଝୀ ଏ ବି ଡି ଓ ଭୀଷ୍ମଦେବ ମାଝୀ, ଓ WEO ସିପୁନ ନାୟକ ମଞ୍ଚାସିନ ଥିଲେ l ମଞ୍ଚ ସମ୍ମୁଖରେ ସମସ୍ତ ଅଧିକାରୀ ଓ ଅଞ୍ଚଳବାସୀ ଥିଲେ l କାର୍ଯ୍ୟକ୍ରମ ପରିସମାପ୍ତି ପର୍ଯ୍ୟନ୍ତ ଶାନ୍ତିର ଶହ ସଭାକାର୍ଯ୍ୟ ହୋଇଥିଲା l ସରକାରଙ୍କ ନିର୍ଦେଶ ଅନୁସାରେ WEO ମଙ୍ଗଳ ଅଧିକାରୀ ଭାବରେ ଗାଁ ଗାଁ ବୁଲି ଦରକାର ହେଲେ ରାତ୍ରି ଯାପନ କରି ଲୋକଙ୍କ ସୁବିଧା ଅସୁବିଧା ବୁଝିବାକୁ ପ୍ରସ୍ତାବ ରଖା ଯାଇଥିଲା l କେତେକ ଯୋଜନା ମଧ୍ୟରେ ସହିତ ମାଧସିଂହ ହାତଖର୍ଚ୍ଚ ଯୋଜନା ଓ ଅନ୍ୟାନ୍ୟର କେତେକ ଲୋକ ପୁରସ୍କୃତ ହୋଇଥିଲେ lଏହା ବ୍ୟତୀତ ଅଧିକାରୀଙ୍କ ଅବହେଳାରୁ ବକେୟା ଥିବା ସାଧାରଣ ଲୋକଙ୍କ ଠାରୁ ସୁନ୍ଦର ପ୍ରସ୍ତାବ ଗୃହୀତ ହୋଇ କାର୍ଯ୍ୟକାରୀ ହେବାର ଲିପିବଦ୍ଧ ହୋଇଥିଲା l କେତେକ ଅଧିକାରୀ ଉପସ୍ଥିତ ନ ରହି ଲୋକଙ୍କ ପ୍ରେରଣାରେ କାର୍ଯ୍ୟକାରୀ କାରୀ ଉପଯୁକ୍ତ ଲୋକଙ୍କୁ ବାଦ ଦେଉଛନ୍ତି l ଏ ବି ଡି ଓ ଙ୍କର ମଞ୍ଚ ପରିଚାଳନା ଉଚ୍ଚ କୋଟିର ଥିଲା l ଆମ ପଶ୍ଚିମ ଓଡ଼ିଶାର କଳାକୁ ଶିଶୁ ଛୋଟରୁ ପରିବେଷଣ କରିପାରୁଥିବା ନମୁନା ଦେଇ ସଭାକାର୍ଯ୍ୟ ପରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରା ଯାଇଥିଲା l