
ଚଣ୍ଡିଖୋଲ ତା ୨୦/୬ : ବଡଚଣା ବ୍ଲକ ଅନ୍ତର୍ଗତ କୃଷି ବିଜ୍ଞାନ କେନ୍ଦ୍ର ପ୍ରେକ୍ଷାଳୟରେ ପି ଏମ୍ କିଶନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଧର୍ମଶାଳା ଜିଲ୍ଲା କୃଷି ଅଧିକାରୀ ସରୋଜ କୁମାର ଗିରି ଅଧ୍ୟକ୍ଷତା କରିଥଲେ । ଅତିଥି ଭାବେ ଯାଜପୁର ଜିଲ୍ଲା ପାରିଷଦ ଉପାଧ୍ୟକ୍ଷ ଗଣେଶ୍ଵର ବରାଳ,ବଡଚଣା ବ୍ଲକ ଆତ୍ମା ଅଧ୍ୟକ୍ଷ ଜଗନ୍ନାଥ ଖଣ୍ଡାଇ, ଜିଲ୍ଲା କୃଷକ ମୋର୍ଚା ସଭାପତି ସିତାନାଥ ବଳ ସାମନ୍ତ, ବଡଚଣା ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ,ଯାଜପୁର ଜିଲ୍ଲା କୃଷି ଅଧିକାରୀ ପୀୟୁଷ ପଲଭ ପରିଡ଼ା, କୃଷି ବିଜ୍ଞାନ କେନ୍ଦ୍ରର ବ୍ୟେଜ୍ଞାନିକ ଡକ୍ଟର ଲଳିତ କୁମାର ମହାନ୍ତି, ଜିଲ୍ଲା କୃଷି ସଂଯୋଜକ ଦିଲୀପ କୁମାର ଦେବତା ପ୍ରମୁଖ ଯୋଗ ଦେଇଥିଲେ,ଯାଜପୁର ଜିଲ୍ଲା କୃଷି ଅଧିକାରୀ ଶ୍ରୀ ପରିଡା କୃଷି କଥା ଓ ପି ଏମ୍ କିଶାନ ସଂପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଭାରତ ବର୍ଷର ଯଶସ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ୍ ଚରଣ ମାଝୀ ରାଜ୍ୟର ଚାଷୀ ମାନଙ୍କ ପାଇଁ ଯେଉଁ ସୁବିଧା ଯୋଗାଇ ଦେଇ ଛନ୍ତି ତାହା ସ୍ୱାଗତ ଯୋଗ୍ୟ ପଦକ୍ଷେପ, ଧାନ ବିକ୍ରିକୁ ବର୍ଦ୍ଧିତ କରିବା, ପି ଏମ୍ କିଶନ, ମୁଖ୍ୟ ମନ୍ତ୍ରୀ କିଶାନ୍ ଯୋଜନା ରେ ଆମ୍ ବଡଚଣା ବ୍ଲକ ରେ ୧୯ହଜାର ୭ଶହ ୮୯ଜଣ ହିଦାଧିକାରୀ ଙ୍କୁ ଥରକେ ୨୦୦୦ଅର୍ଥ ରାଶି ପ୍ରଦାନ ପାଇଁ ତାହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ, କୃଷି କ୍ଷେତ୍ରରେ ଚାଷୀ ମାନଂକୁ ଧାନ୍ ବିହନ, ମୁଗ,ଚିନାବାଦାମ, ନଳିତା ମଞ୍ଜି ଯୋଗାଇ ଦିଆଯାଉଛି, କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ସମସ୍ତ ଚାଷୀ ମାନଙ୍କୁ ଠିକଣା ଭାବରେ ଶିକ୍ଷା ଦିଆଯାଇ ଉତ୍ପାଦନ ବୃଦ୍ଧି କରାଯାଇଛି, କୃଷକ ଉତ୍ପାଦନ କଲେ ଭାରତ ବର୍ଷର ୧୪୦କୋଟି ଜନସାଧାରଣ ଖାଦ୍ୟର ସୁବିଧା ପାଇପାରିଛନ୍ତି। ବୋଲି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ଵର ବରାଳ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ, ଚାଷୀ ବଞ୍ଚିଲେ ଦେଶ ବଞ୍ଚିବ, ଏ ସରକାର୍ ଚାଷୀ କୂଳକୁ ଯେଉଁ ସୁବିଧାର ବାଟ ଫିତାଇଛନ୍ତି ତାହା ପ୍ରଧାନମନ୍ତ୍ରୀ ଙ୍କ ପ୍ରଶଂସନୀୟ ପଦକ୍ଷେପ ବୋଲି ଆତିଥି ମାନେ ତାଙ୍କ୍ ବକ୍ତବ୍ୟରେ ପ୍ରକାଶ କରିଥିଲେ, ଏହି କାର୍ଯ୍ୟକ୍ରମରେ ଶତାଧିକ ଚାଷୀ ମାନେ ଯୋଗ ଦେଇଥିଲେ।ବଡଚଣା ବ୍ଲକ କୃଷି ଅଧିକାରୀ ଙ୍କ କର୍ମଚାରୀ ଓ କୃଷି ବିଜ୍ଞାନ କେନ୍ଦ୍ରର କର୍ମଚାରୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।