ଚଣ୍ଡିଖୋଲ ଅଞ୍ଚଳରେ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସରେ ପାଳିତ।

ଚଣ୍ଡିଖୋଲ ୨୧/୦୬ : ଚଣ୍ଡୀଖୋଲ ନିକଟସ୍ଥ   ଉଦୀୟମାନ କାର୍ଯ୍ୟାଳୟ ଠାରେ ରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହେଇଯାଇଛି। ଆଜି ପ୍ରଭାତରୁ 

ଯୋଗ ପ୍ରଶିକ୍ଷକ ଅଧ୍ୟାପକ ଡ଼ ଦିଲ୍ଲୀପ କୁମାର ନାୟକ,ପ୍ରଶିକ୍ଷିତ ଆରତୀ ସିଂ ବିଭିନ୍ନ ଯୋଗ ସମ୍ପର୍କରେ ସମ୍ୟକ ସୂଚନା ଦେବା ପରେ ରାଜ ଯୋଗ, ତାଡା ଆସନ, ବୃକ୍ଷାସନ, ମକରାସନ, ବଜ୍ରାସନ, ମାଣ୍ଡୁକାସନ, ତିତିଲି ଆସନ ବକ୍ର। ଆସନ, ସେତୁ ବନ୍ଧାସନ, ପ୍ରଣାୟାମ ଯଥା – କପାଳ ଘ।ତୀ, ଅନୁଲୋମ ଵିଲୋମ, ଭ୍ର।ମରି ଆଦି ଯୋଗ ଶିକ୍ଷା ଦେବା ସହିତ ଶରୀର ପ୍ରତି ଏହାର କି ଉପକାରିତା ରହିଛି ତାହା ପ୍ରଶିକ୍ଷଣ ମାନଙ୍କୁ ସୂଚାଇଥଲେ । ପ୍ରାରମ୍ଭରେ ବରିଷ୍ଠ ଉପଦେଷ୍ଟା ରାମଚନ୍ଦ୍ର ଶୁକ୍ଳ,ଶିକ୍ଷୟତ୍ରୀ କାଦମ୍ବିନୀ ମିଶ୍ର,କ୍ଷୀରୋଦ ଚନ୍ଦ୍ର ଦାଶ ,ପ୍ରଭୁ ଲାଲ ମାରୁ,କାର୍ଯକାରୀ ସଭାପତି ଗାୟତ୍ରୀ ରାଉତ,ସଂପାଦିକା ଅରୁଣୀ ନନ୍ଦ, ସହସଂପାଦିକା ବିନୋଦିନୀ ଦାସ ସଂଯୋଜିକା ସନ୍ଧ୍ୟା ରାଣୀ ବ୍ରାହ୍ମ, ପ୍ରଶିକ୍ଷକଙ୍କୁ  ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଶିବିରକୁ ପରିଚାଳନା କରିଥିଲେ ସରସ୍ବତୀ ସିଂ, ସୋନାଲି ନାୟକ, ଜସ୍ମିତା ନାୟକ, ଶର୍ମିଷ୍ଠା ଜେନା, ରାଧାରାଣୀ ରଥ, ଶ୍ରୀକାନ୍ତ ସିଂ, ସଂଜୀବ ସାମଲ, ସୁକାନ୍ତ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *