ଯୋଗ ଦିବସ ଜୁନ : ୨୧ International Joga Day

ଯୋଗ ଭଲ କରେ ଶାରୀରିକ ରୋଗ
ପ୍ରେମ ଭଲ କରେ ମନ,
ସୂର୍ଯ୍ୟ ଧ୍ଵ°ସ କରେ ବିଷାକ୍ତ ଜୀବାଣୁ
ଜୋଛନା ଢାଳଇ ଜହ୍ନ ।

ଦେହ ରହେ ସୁସ୍ଥ ମନ ରହେ ଶାନ୍ତ
ଯେ’ କରଇ ସଦା ଯୋଗ,
ବଢ଼େ ଧୈର୍ଯ୍ୟ ଶକ୍ତି କର୍ମଠ ହୋଇ ସେ’
ଜୀବନକୁ କରେ ଭୋଗ ।

ଯୋଗ ଭଲ କରେ ଯାବତୀୟ ରୋଗ
ବ୍ୟାୟାମରେ ଥିଲେ ଧ୍ୟାନ,
ଡାକ୍ତର – ବଇଦ ନ ଶୋଷନ୍ତି ଧନ
ଶାନ୍ତିରେ ବିତଇ ଦିନ ।

ବାସି ଓ ଅଇଁଠା ଥିବା ବାସନକୁ
ମାଜିଲେ ଦିଶେ ସୁନ୍ଦର,
ମଳ-ତ୍ଯାଗ ପରେ ଯୋଗ-ପ୍ରାଣାୟାମ
ସୁସ୍ଥ ନିରୋଗ ଶରୀର ।

ସତ୍ଯ ଶାନ୍ତି ଦୟା କ୍ଷମା ଓ ଅହିଂସା
ଅଟେ ଆତ୍ମାର ଆହାର,
ଯୋଗ ପ୍ରାଣାୟାମ ଦେହ ଖାଦ୍ୟସାର
ଭାତ-ଡାଲି’ଠାରୁ ବଡ଼ ।

ମନର ସ୍ଥିରତା ସ୍ମରଣ ଶକ୍ତି ଯେ’
ସୃଜେ ଯୋଗ ପ୍ରାଣାୟାମ,
ଶାକାହାରୀ ଜନେ ନିରୋଗ ଦୀର୍ଘାୟୁ
ଲଭନ୍ତି ସୁସ୍ଥ ଜୀବନ ।

ବିଭିନ୍ନ ପ୍ରକାର ରୋଗର ବିନାଶ
ଯୋଗ ପ୍ରାଣାୟାମ ସତ୍ଯ,
ପ୍ରତିକାର’ଠାରୁ ପ୍ରତିଷେଧ ଭଲ
ମୁନିଋଷି ପ୍ରମାଣିତ ।

ସଞ୍ଜ ଓ ସକାଳେ ଚାଲିବା ଦୌଡ଼ିବା
ଖେଳକୁଦ ହିଁ ବ୍ୟାୟାମ,
ଶାରୀରିକ ଶ୍ରମ- ଜୀବୀମାନଙ୍କର
ଶ୍ରମ ହିଁ ଶ୍ରେଷ୍ଠ ସାଧନ ।

ସ୍ଥିର ସଂଯମତା ଜନଗଣଠାରୁ
କ୍ରୋଧ ହୁଅଇ ବିନାଶ,
କ୍ରୋଧହୀନ ଜନେ ଲଭନ୍ତି ସମ୍ମାନ
ସମାଜେ ଭଲ ମଣିଷ ।

ସ୍ମରଣ ସନ୍ଦେଶ ସୁବାର୍ତ୍ତା ପ୍ରଦାନେ
ଜୁନ ମାସ ଏକୋଇଶ,
ଯୋଗ-ପ୍ରାଣାୟାମ ଗୁରୁତ୍ୱ ଆହ୍ବାନେ
ବୈଦିକ ଭାରତ ଦେଶ ।

ମନ-ଚଇତନ ଶରୀର ସୌନ୍ଦର୍ଯ୍ୟ
ପ୍ରାଣ ପୁଲକ ପୀୟୂଷ,
ଯୋଗ-ପ୍ରାଣାୟାମ କର୍ମଣ ଆହ୍ବାନେ
କବି ଶମ୍ଭୁନାଥ ଦାସ ।

Leave a Reply

Your email address will not be published. Required fields are marked *