କଟକ : ୧୯ /୦୬- ଚଳିତ ବର୍ଷ NEET (UG) ର ପୁନଃ ପରୀକ୍ଷା ୨୧ ଜୁନ ୨୦୨୬ ତାରିଖରେ ସାରା ଦେଶରେ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲାର ପରୀକ୍ଷାର୍ଥୀମାନଙ୍କର ସୁଗମ ଯାତାୟାତ ଓ ପରୀକ୍ଷା କେନ୍ଦ୍ରରେ ସଠିକ ସମୟରେ ପହଞ୍ଚିବା ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରୁ ମାଗଣା ବସ୍ ସେବା ବ୍ୟବସ୍ଥା କରାଯାଇଛି । ପରୀକ୍ଷାର୍ଥୀମାନଙ୍କ ସୁବିଧା ପାଇଁ । କଟକ ନେତାଜୀ ବସ ଟର୍ମିନାଲ ( ସି ଏନ ବି ଟି )ଓ ରେଳ ଷ୍ଟେସନ ସମେତ ଜିଲ୍ଲାର ବିଭିନ୍ନ ବ୍ଲକ ଓ କଟକ ମହାନଗର ନିଗମ ଅଞ୍ଚଳରେ ଏହି ବସ ସେବା ଉପଲବ୍ଧ ହେବ । ବସ୍ଗୁଡ଼ିକରେ “NEET SPECIAL FREE BUS” ବ୍ୟାନର ଲଗାଯିବ ଯାହାଦ୍ୱାରା ପରୀକ୍ଷାର୍ଥୀ ମାନେ ଏହି ବସ ସମ୍ବନ୍ଧରେ ଜାଣିପାରିବେ । କଟକ ନେତାଜୀ ବସ ଟର୍ମିନାଲ ଓ ରେଳ ଷ୍ଟେସନଠାରେ ସ୍ୱତନ୍ତ୍ର ହେଲ୍ପ ଡେସ୍କ ଖୋଲାଯିବ । ପରୀକ୍ଷାର୍ଥୀମାନେ ନିଜର ଆଡମିଟ କାର୍ଡ ଦେଖାଇ ଏହି ମାଗଣା ସେବାର ଲାଭ ନେଇପାରିବେ l ଜିଲ୍ଲାର ସମସ୍ତ NEET (UG) ପରୀକ୍ଷାର୍ଥୀଙ୍କୁ ଏହି ମାଗଣା ବସ୍ ସେବାର ସୁଯୋଗ ନେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଉଛି। କଟକର ଜେ. କେ. ବି. କେ ସରକାରୀ ମହାବିଦ୍ୟାଳୟ, ଓଏମପି, କଟକ, ରେଭେନ୍ସା କାଲିଜିଏଟ ସ୍କୁଲ, ଚାନ୍ଦିନୀଚୌକ, ରେଭେନ୍ସା ବିଶ୍ୱବିଦ୍ୟାଳୟ (କମର୍ସ ବ୍ଲକ ), ରେଭେନ୍ସା ବିଶ୍ୱବିଦ୍ୟାଳୟ (ଏକାଡେମିକ ବ୍ଲକ ), ପି. ଏମ. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ-୧ , ନେତାଜୀ ମେମୋରିଆଲ ସିଟି କଲେଜ, କଟକ , ଲଷ୍ମୀ ନାରାୟଣ ସାହୁ ମହାବିଦ୍ୟାଳୟ, ଜଗତପୁର , ଖ୍ରୀଷ୍ଟ ମହାବିଦ୍ୟାଳୟ, ଭୁବନାନନ୍ଦ ଓଡିଶା ଯାନ୍ତ୍ରିକ ବିଦ୍ୟାଳୟ, ଖାନନଗର ସରକାରୀ ଉଚ୍ଚବିଦ୍ୟାଳୟ, ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ଓ ଶୈଳବାଳା ମହିଳା ସ୍ୱୟଂସାସିତ ମହାବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯାଇଛି l