ସଫଳତାର ସହ ସମ୍ପନ୍ନ ହେଲା କଟକ ଯୁବ କଂଗ୍ରେସର ରକ୍ତଦାନ ଶିବିର 🚨

କଟକ: କଟକ ସିଟି ଯୁବ କଂଗ୍ରେସ ପକ୍ଷରୁ ପ୍ରିୟ ଜନନେତା ରାହୁଲ ଗାନ୍ଧୀଙ୍କ ଜନ୍ମଦିବସ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅତ୍ୟନ୍ତ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। କଟକ ନଗର ଯୁବ କଂଗ୍ରେସ ସଭାପତି ଡ଼କ୍ଟର ବିପ୍ଳବ ଶିଳାଦିତ୍ୟଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଆୟୋଜିତ ଏହି ଶିବିରରେ ମୋଟ ୧୧୭ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି, ଯାହାକୁ ଏସ୍.ସି.ବି (SCB) ବ୍ଲଡ୍ ବ୍ୟାଙ୍କ ଦ୍ୱାରା ପରିଚାଳନା କରାଯାଇଥିଲା।
​”ରାହୁଲ ଗାନ୍ଧୀ ହିଁ ଦେଶର ଏକମାତ୍ର ବିକଳ୍ପ”
ଏହି ଅବସରରେ ଉପସ୍ଥିତ ନେତୃବୃନ୍ଦ ଓ କର୍ମୀମାନେ ପ୍ରକାଶ କରିଛନ୍ତି ଯେ, ଆଜି ସମଗ୍ର ଭାରତବର୍ଷରେ କେବଳ ରାହୁଲ ଗାନ୍ଧୀ ହିଁ ଏକମାତ୍ର ନେତା ଯିଏ ଛାତ୍ର, ଯୁବକ, ଚାଷୀ ଓ ଦରଦାମ ବୃଦ୍ଧିର ଶିକାର ହେଉଥିବା ମଧ୍ୟବିତ୍ତ ପରିବାରର ସ୍ୱର ଉତ୍ତୋଳନ କରୁଛନ୍ତି। ଅପରପକ୍ଷରେ ନରେନ୍ଦ୍ର ମୋଦୀ ସାଧାରଣ ଜନତାଙ୍କୁ ଅଣଦେଖା କରି କେବଳ ନିଜର ପୁଞ୍ଜିପତି ବନ୍ଧୁ ଆଦାନୀ ଓ ଅମ୍ବାନୀଙ୍କୁ ଅଧିକ ଧନୀ କରିବାରେ ବ୍ୟସ୍ତ ଅଛନ୍ତି। ସେଥିପାଇଁ ଦେଶର କୋଣ ଅନୁକୋଣରେ ଥିବା କଂଗ୍ରେସ କର୍ମୀ ଓ ସାଧାରଣ ଜନତା ଆଗାମୀ ଦିନରେ ଶ୍ରୀ ରାହୁଲ ଗାନ୍ଧୀଙ୍କୁ ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଦୃଢ଼ ଆଶା ରଖିଛନ୍ତି।
​ଏହି ଶିବିରରେ କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ପ୍ରଦୀପ ଦାସ, ଜିଲ୍ଲା ମହିଳା କଂଗ୍ରେସ ସଭାପତି ପ୍ରୀତିଚନ୍ଦା ନାୟକ, ରାମଚନ୍ଦ୍ର ଗୋଛିୟତ, ଶିଶିର ରଥ, କର୍ପୋରେଟର ଜେ. କାମେଶ୍ୱର ରାଓ, ଅମୃତା ଦାସ, ସୀତାକାନ୍ତ ପଣ୍ଡା, ରାଜେଶ ସ୍ୱାଇଁ, ହରିଶଙ୍କର ରାଉତ, ଲିଗାଲ ସେଲ୍ ଅଧ୍ୟକ୍ଷ ରତିକାନ୍ତ ମହାପାତ୍ର, ମାନସ ପରିଡ଼ା, ଚୌଦ୍ୱାର ଯୁବ ନେତା ରାଜୀବ ମହାନ୍ତି, ସାଗର ବେଉରା, ଶରତ ଜେନା, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଶିବ ଅଗ୍ରୱାଲ, ଉଗ୍ରସେନ ଭୂୟାଁ, ଆଶୁତୋଷ ରାଉତ, ରାଜେନ୍ଦ୍ର ପଟ୍ଟନାୟକ, ବିଶ୍ୱନାଥ ଶତପଥୀ, ପ୍ରଶାନ୍ତ ବେହେରା, ନିର୍ମଳ ସ୍ୱାଇଁ, ସନ୍ତୋଷ ବିଶ୍ୱାଳ, ତନ୍ମୟ ପରିଜା, ପରମାନନ୍ଦ ଭଟ୍ଟ, ମନୋଜ ଜଟ୍ଟି, ଜଗନ୍ନାଥ ସାହୁ, ଛାତ୍ର ନେତା ପ୍ରତୀକ ନାୟକ, ଲଳିତ ସ୍ୱାଇଁ, ଅଭିନାଶ ଜେନା, ଶିବ ସୁନ୍ଦର ଦାସ, ଅରମାନ ପ୍ରଧାନ, ଅନଙ୍ଗ ଉଦୟ ବାଳା, ଆଡଭୋକେଟ ପ୍ରୀତମ ମଲ୍ଲିକ, ସରୋଜ ସ୍ୱାଇଁ, ସୂର୍ଯ୍ୟକାନ୍ତ ବେହେରା, ସତ୍ୟବ୍ରତ ମହାନ୍ତି, ନିର୍ମଳ ସାମଲ ଓ ଫଜଲ ଅହମ୍ମଦଙ୍କ ସମେତ ଅନେକ ବରିଷ୍ଠ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।
​ମାନବ ସେବା ହିଁ ମାଧବ ସେବା — ଏହି ସଂକଳ୍ପକୁ ପାଥେୟ କରି ଶିବିରକୁ ସଫଳ କରିଥିବାରୁ ସମସ୍ତ ରକ୍ତଦାତା ଓ ଦଳୀୟ ସହଯୋଗୀଙ୍କୁ କଟକ ସିଟି ଯୁବ କଂଗ୍ରେସ ପକ୍ଷରୁ ସାଧୁବାଦ ଓ କୃତଜ୍ଞତା ଜଣାଯାଇଛି।

Leave a Reply

Your email address will not be published. Required fields are marked *