
ପୁରୀ,୧୭/୬(କ ବ୍ୟୁ): ମହାପ୍ରଭୁଙ୍କୁ ଧୋକା I ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତିରେ ଓମ୍ ଫେଡ୍ ପ୍ରସ୍ତୁତ ଶୁଦ୍ଧ ଗୁଆଘିଅ ବଦଳରେ ପଡ଼ୁଛି ଡାଲ୍ଡା ଓ ଅନ୍ୟ ନିମ୍ନମାନର ଘିଅ। ମଙ୍ଗଳବାର ୩୦ ପ୍ୟାକେଟ ଡାଲ୍ଡା ଘିଅ ଜବତ ପରେ ଏହାକୁ ନେଇ ତନାଘନା ଆରମ୍ଭହୋଇଛି। ମହିଳା ବୋଝିଆଙ୍କୁ ଡାଲ୍ଡା ତେଲ ଧରାଇ ଦେଇ ସୁଆର ଫେରାର ହୋଇଯାଇଛନ୍ତି। ମହିଳାଙ୍କ ଜରିଆରେ ଶ୍ରୀମନ୍ଦିର ରୋଷଘରକୁ ନିମ୍ନମାନର ଘିଅ ପ୍ରବେଶ କରୁଥିବା ଏଥିରୁ ଜଳଜଳ ଦିଶୁଛି I ମୁନାଫାଖୋର୍ ରଚୁଛନ୍ତି ଏହି ବିରାଟ ଷଡ଼ଯନ୍ତ୍ର।
ଦକ୍ଷିଣ ଦ୍ଵାର ଦେଇ ପ୍ରବେଶ ବେଳେ ଜଗନ୍ନାଥ ଟେମ୍ପୁଲ୍ ପୁଲିସ୍ (ଜେଟିପି) ଓ ପୁଲିସ କର୍ମଚାରୀମାନେ ଏହି ଡାଲ୍ଡା ଘିଅ ପ୍ୟାକେଟ୍ଗୁଡ଼ିକୁ ଧରିଥିଲେ। ସୁଆର ଜଣଙ୍କ ଜଣେ ମହିଳା ବୋଝିଆଙ୍କୁ ଏହି ୩୦ ପ୍ୟାକେଟ ଘିଅ ପ୍ରବେଶ କରାଇବାକୁ
ଧରାଇ ଦେଇ ନିଜେ ଘଟଣାସ୍ଥଳରୁ ଖସି ଯାଇଥିଲେ। ସେପଟେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ସିଂହଦ୍ଵାର ଥାନାରେ ଏନେଇ ଏତଲା ଦେଇଛି। ଏତଲାରେ କିନ୍ତୁ ଅଭିଯୁକ୍ତର ନାଁ ନାହିଁ । ତେଣୁ କିଏ ସେ ସୁଆର ସେବକ ଚାଲିଛି ତନାଘନା। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଏନେଇ ସିଂହଦ୍ଵାର ଥାନାରେ ଏତଲା ଦେଇଛନ୍ତି।
» ସିଂହଦ୍ବାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ଦେଲା ଏତଲା
» ମହିଳା ବୋଝିଆଙ୍କୁ ଘିଅ ଧରାଇ ଦେଇ ସୁଆର ସେବକ ପାର୍
ଶୁଦ୍ଧ ଓମ୍ ଫେଡ୍ ଘିଅ ପରିବର୍ତ୍ତେ ଡାଲ୍ଡା ଘିଅ କିଏ ଓ କାହିଁକି ବିକ୍ରି କରୁଥୁଲା ତାର ତଦନ୍ତ କରାଯିବ। ତଦନ୍ତ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରିୟରଞ୍ଜନ ପୃଷ୍ଟି ରାଇଟ୍। (ପୁରୀ ଜିଲ୍ଲା ପ୍ରତିନିଧି ବଳରାମ ତ୍ରିପାଠୀ ରିପୋର୍ଟ )