ଦୁଇ ରାଷ୍ଟ୍ର ମୁଖ୍ୟଙ୍କ‌ ଆଶନ୍ନ ଏକତ୍ରମୟୂରଭଞ୍ଜ ଗସ୍ତ ଜିଲ୍ଲା ପାଇଁ ଏକ ଐତିହାସିକ ମୁହୂର୍ତ୍ତ ଅଭିହିତ କରି ଏହି ଅବସରରେ”ଉଦଳା ସଚେତନ ନାଗରୀକ ମହା ମଞ୍ଚ”ବରିଷ୍ଠ ବିଧାୟକ ଭାସ୍କର ମଢେଇଙ୍କ ନିକଟରେ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ଉଦଳାର ବିକାଶ ପାଇଁ ନିମ୍ନ ପ୍ରଦତ୍ତ ୪ଗୋଟି‌ ଦାବୀ ଉପସ୍ଥାପନ କରିଛନ୍ତି।

ବାରିପଦା /ଉଦଳା(କ: ବ୍ଯୁ)
ତା୧୭/୦୬/୨୦୨୬
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିଙ୍କ ମୟୂରଭଞ୍ଜ ଗସ୍ତକୁ ନେଇ ମୟୂରଭଞ୍ଜ ବସୀଙ୍କ ମଧ୍ୟରେ ବହୁତ ଆଶା ଓ ଉତ୍ସାହ ରହିଛି।
ଆଶା କରାଯାଉଛି ଯେ ମୟୂରଭଞ୍ଜ ପାଇଁ ଏକ ପୂର୍ଣ୍ଣାଙ୍ଗ AIIMS ଏବଂ SAIL ର ବୃହତ ଶିଳ୍ପ ପ୍ରକଳ୍ପ ଭଳି ବଡ଼ ଉପହାର ମିଳିବ, ଯାହା ସ୍ୱାସ୍ଥ୍ୟସେବା, ଶିକ୍ଷା, ରୋଜଗାର ଓ ଶିଳ୍ପାୟନ କ୍ଷେତ୍ରରେ ଏକ ନୂଆ ଦିଗ ଖୋଲିଦେବ।

ମୋଦୀ ଜିଙ୍କ “ବିକଶିତ ଓଡ଼ିଶା, ବିକଶିତ ଭାରତ” ର ସଂକଳ୍ପକୁ ସାକାର କରିବା ପାଇଁ ମୟୂରଭଞ୍ଜ ଭଳି ଆଦିବାସୀ ବହୁଳ ଅଞ୍ଚଳଗୁଡ଼ିକୁ ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରିବା ସମୟର ଆବଶ୍ୟକତା।
ମୟୂରଭଞ୍ଜର ବିକାଶ, ଭାରତର ଗର୍ବ।
ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ଏକତ୍ର ମୟୂରଭଞ୍ଜ ଗସ୍ତ ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଙ୍କ ସମସାମୟିକ ଉଦଳା ବରିଷ୍ଠ ବିଧାୟକ ଭାଷ୍କର ମଢେଇଙ୍କ ନିଜ ଉଦଳା ନିର୍ବାଚନ ମଣ୍ଡଳୀ ବିକାଶ ପାଇଁ କିଛି ବଡ଼ ଘୋଷଣା ହେବ କି ???
ଆମେ ବି ଉଦଳା ସଚେତନ ନାଗରିକ ମହାମଞ୍ଚ ତରଫରୁ ନିଶ୍ଚିତ ଆଶା ରଖିବା ନିମ୍ନଲିଖିତ ଚାରୋଟି ଦାବି ପୂରଣ କରି ଉଦଳା ବାସି ଙ୍କ ଆଶା ଆଙ୍କକ୍ଷା କୁ ପୁରଣ କରିବେ ।।
ଆମର ଦାବି
୧- ଉଦଳା ରେ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା
୨- ନୀଳଗିରି ରୁ ବାରିପଦା ଭାୟା କପ୍ତିପଦା ଉଦଳା ଖୁଣ୍ଟା ରେଳପଥ ର ବିକାଶ
୩- ଉଦଳା ରେ ଏକ କୃଷି ଗବେଷଣା କେନ୍ଦ୍ର ପ୍ରତିଷ୍ଠା
୪- କେନ୍ଦ୍ରୀୟ ବିଦ୍ୟାଳୟ ର ଚଳିତ ବର୍ଷ ନାମଲେଖା।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *