ବିକଶିତ ଭାରତ 2047 ବିକଶିତ ଓଡ଼ିଶା 2036 ଏବଂ ବିକଶିତ କଟକ 2036 ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

କଟକ : ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଗୁରୁବାର ଦିନ ଦରଘା ବଜାର ସ୍ଥିତ ନେତାଜୀ ସଂସ୍କୃତି ଭବନ ଠାରେ ବିକଶିତ ଭାରତ 2047 ବିକଶିତ ଓଡ଼ିଶା 2036 ଏବଂ ବିକଶିତ କଟକ 2036 ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବିକଶିତ କଟକ ଏକ ବୃତ୍ତ ଚିତ୍ର ପ୍ରଦର୍ଶିତ କରାଯାଇଛି। କେତେକ ହିତାଧିକାରୀ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ଜିଲ୍ଲାସ୍ତରୀୟ ସମ୍ମିଳନୀକୁ ଉଦଘାଟନ କରି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ନେତୃତ୍ୱରେ ଭାରତ ଏବଂ ଓଡ଼ିଶା ବିକାଶ ପଥରେ ଆଗେଇଛି। ଓଡ଼ିଶାରେ ବିଜେପି ସରକାର ଦୁଇ ବର୍ଷ ଶାସନ ମଧ୍ୟରେ କୃଷି, ଶିକ୍ଷା, ଏବଂ ସ୍ୱାସ୍ଥ୍ୟ ସବୁ କ୍ଷେତ୍ରରେ ବିକାଶ ଘଟିଛି। ଆସନ୍ତା 2047 ବିକଶିତ ଭାରତ ଏବଂ 2036 ବିକଶିତ ଓଡ଼ିଶା ପାଇଁ ଯେଉଁ ପରିକଳ୍ପନା କରାଯାଇଛି ଏହି ବିକାଶର ଭିତ୍ତିଭୂମି କୁ ସୁଦୃଢ଼ କରାଯାଉଛି। ବିଜେପି କ୍ଷମତାକୁ। ଆସିବାର ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ କରିଛି। କୃଷି କ୍ଷେତ୍ରରେ କୃଷକ ମାନଙ୍କ ଆୟ ଦୁଇଗୁଣ ବୃଦ୍ଧି ପାଇଛି। 5100 ଚିକିତ୍ସକ ମାନଙ୍କୁ ନିଯୁକ୍ତି ଦିଆଯିବ। 26000 ଶିକ୍ଷକ ଙ୍କୁ ନିଯୁକ୍ତି ଦିଆଯାଇଛି। ଆଗାମୀ ତିନି ବର୍ଷରେ 1900 ଶିକ୍ଷକ ଙ୍କୁ ନିଯୁକ୍ତି ଦିଆଯିବ। ବସୁନ୍ଧରା ଯୋଜନାରେ ଭୂମି ହିନ ଚାଷୀ ଙ୍କୁ ଭୂମି ଯୋଗାଇ ଦିଆଯାଇଛି ବୋଲି ରାଜ୍ୟ ଉପ ମୁଖ୍ୟ ମନ୍ତ୍ରୀ ଆଜି ବିକାଶ ଧାରା ଓଡ଼ିଶା ସାରା ବିକଶିତ ଭାରତ 2047 ଏବଂ ବିକଶିତ ଓଡ଼ିଶା କଟକ ଜିଲ୍ଲା ଜିଲ୍ଲା ସ୍ତରୀୟ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିଂଧେ ସଭାପତିତ୍ବ କରି ସ୍ଵାଗତ ଭାଦନ ଦେଇ କହିଲେ 2036 ବିକଶିତ କଟକ ପାଇଁ ସ୍ୱତନ୍ତ୍ର ପରିକଳ୍ପନା କରାଯାଇଛି। ଏହି ପରିକଳ୍ପନାରେ କଟକର ଐତିହ୍ୟ,ବାଲିଯାତ୍ରା, ଗାନ୍ଧୀ ସ୍ମାରକୀ ପୀଠ,ଗଡ ଖାଇ ଏବଂ ଓଡ଼ିଶା ହାଇକୋର୍ଟ ଉପରେ ଗୁରୁତ୍ବ ଦିଆଯାଇଛି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଶିଶୁ ଭବନ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା ପ୍ରତିଷ୍ଠାନ,ଏବଂ ବେସରକାରୀ ଡାକ୍ତର ଖାନ ଉପରେ ଗୁରୁତ୍ବ ଦିଆଯିବ। କଟକର ଐତିହ୍ୟ ବିଦ୍ୟାଳୟ ଗୁଡିକ ସୁରକ୍ଷିତ କରାଯିବ। କଟକର ତାରକସି କାର୍ଯ୍ୟ କୁ ପ୍ରୋତ୍ସାହିତ କରାଯିବ। ଏଥି ସହିତ କଟକ କୁ କ୍ରୀଡା ରାଜଧାନୀରେ ପରିଣତ କରାଯିବ। ଏହି କାର୍ଯ୍ୟ କ୍ରମରେ ଅନୀମାନଙ୍କ ମଧ୍ୟରେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ,ସୋଫିଆ ଫାର୍ଦ୍ଦୋସ, ଛବି ମଲ୍ଲିକ,କଟକ ମହାନଗର ନିଗମର କମିଶନର କିରଣ ଦୀପ କୌର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *