ମେଡିକାଲ କର୍ମଚାରୀଙ୍କର ସମସ୍ୟା ସମ୍ବନ୍ଧ୍ୟ ୧୦ ଦଫା ଦାବିପତ୍ର

କଟକ : ଓଡିଶା ମେଡିକାଲ ୪ର୍ଥ ଶ୍ରେଣୀ କର୍ମଚାରୀ ସଙ୍ଘ ର ମୁଖ୍ୟ ଉପଦେଷ୍ଟା ତଥା ଚୌଦ୍ୱାର – କଟକ ର ପୂର୍ବତନ ବିଧାୟକ ଡ଼ା.ପ୍ରଭାତ ରଞ୍ଜନ ବିଶ୍ୱାଳ ଙ୍କ ତତ୍ୱଅବଧାନ ରେ ଓ ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ରାଉତ ନିର୍ଦେଶ କ୍ରମେ ସଙ୍ଘ ଓ କର୍ମଚାରୀ ଙ୍କର ସମସ୍ୟା ସମ୍ବନ୍ଧ୍ୟ ୧୦ ଦଫା ଦାବିପତ୍ର ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ରେ ଦେଖା କରି ସଙ୍ଘର ଦାବିପତ୍ର ଉପରେ ଆଲୋଚନା କରାଯାଇ ଥିଲା କି କର୍ମଚାରୀ ଙ୍କର ପ୍ରଥମ ପ୍ରଯ୍ୟାୟ ରେ । ପଦୋଉର୍ନ୍ନତି,Designation cheng, riski allowance ବୃଦ୍ଧି, କର୍ମଚାରୀ ଙ୍କ ନିମନ୍ତେ ସ୍ୱାସ୍ଥ୍ୟ ବୀମା କାର୍ଡ ଓ ସମସ୍ତ Out Socing କର୍ମଚାରି ଙ୍କ ବିଷୟ ରେ ଆଲୋଚନା କରିଲୁ ଏବଂ SCB ମେଡିକାଲ ରେ ରେଗୁଲାର ୪ର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ନିମନ୍ତେ ଗୁରୁତ୍ୱ ଦିଆ ଯାଇ ତୁରନ୍ତ କାର୍ଯ୍ୟ କରାଯିବ ବୋଲି ନିର୍ଭର ପ୍ରତିଶୃତି ପ୍ରଦାନ କରିଥିଲେ ଓ ସଙ୍ଘର ଆଗକୁ ଥିବା ବାର୍ଷିକ ଉତ୍ସବରେ ଯୋଗ ଦେବା ପାଇଁ ମାନ୍ୟବର ମନ୍ତ୍ରୀ ସ୍ୱୀକୃତି ପ୍ରଦାନ କରିଥିଲେ……ସାଧାରଣ ସମ୍ପାଦକ ଶ୍ରୀ ପ୍ରସନ୍ନ କୁମାର ସାମଲ, ପବିତ୍ର ବେହେରା, କମଳ କାନ୍ତ ସେନ,SCB ସଙ୍ଘର ସମ୍ପାଦକ ଶ୍ରୀ ରାମ ଚନ୍ଦ୍ର ପ୍ରଧାନ, ହୃଷିକେଶ ସାହୁ, ଧନେଶ୍ୱର ବାରିକ,ସୁବାଷ ନାୟକ ଉପସ୍ଥିତ ରହି ସହଯୋଗ କରିଥିଲେ

Leave a Reply

Your email address will not be published. Required fields are marked *