
କଟକ, ତାରିଖ ୩/୬/୨୦୨୬ : କଟକ ଶକ୍ତି ନଗର ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଆଜି ଛାତ୍ର ପକ୍ଷରୁ ଛାତ୍ରଛାତ୍ରୀଙ୍କ ସହ ଏକ ମତବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଟକ ଯୁବ କଂଗ୍ରେସ ସଭାପତି ଆଡଭୋକେଟ୍ ଡ଼ଃ ବିପ୍ଲବ ଶିଳାଦିତ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ କଟକ ସହରର ବିଭିନ୍ନ ମହାବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଯୋଗଦେଇ ଛାତ୍ର ସମାଜର ବିଭିନ୍ନ ସମସ୍ୟା ଓ ସେଗୁଡ଼ିକର ସମାଧାନ ନେଇ ଆଲୋଚନା କରିଥିଲେ।
ବୈଠକରେ ଆଗାମୀ ଦିନରେ କଟକର ବିଭିନ୍ନ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସହ ଅଧିକ ସମନ୍ୱୟ ସ୍ଥାପନ କରି ସେମାନଙ୍କ ମୌଳିକ ସମସ୍ୟା, ଶିକ୍ଷା, ଛାତ୍ରାବାସ, ପରିବହନ ଏବଂ ଚାକିରି ସମ୍ବନ୍ଧୀୟ ପ୍ରସଙ୍ଗକୁ ସଂଗଠିତ ଭାବେ ଉପସ୍ଥାପନ କରିବା ଉପରେ ଆଲୋଚନା ହୋଇଥିଲା। ଅନେକ ଛାତ୍ର ଏନଏସୟୁଆଇରେ ଯୋଗଦେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ।
ଆଗାମୀ ମାସରେ ଛାତ୍ର କଂଗ୍ରେସ ପକ୍ଷରୁ ସଦସ୍ୟତା ଅଭିଯାନ ଆରମ୍ଭ କରାଯିବ ଏବଂ କଟକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସଂଗଠନ ସହ ଯୋଡ଼ିବା ପାଇଁ ବ୍ୟାପକ ପ୍ରୟାସ କରାଯିବ ବୋଲି ବକ୍ତାମାନେ ସୂଚନା ଦେଇଥିଲେ।
ଏହି ବୈଠକରେ ଓଡ଼ିଶା ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଶିବ ଅଗ୍ରୱାଲ, କଟକ ସଦର ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ଗୋଛାୟତ, କଟକ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା ଶିଶିର ରଥ, ରାଜେଶ ସ୍ୱାଇଁ, ଋଷି କାଣ୍ଡି, ଅର୍ମାନ ପ୍ରଧାନ, ସୁମିତ ବେହେରା, ଅଭିନାଶ ଜେନାଙ୍କ ସମେତ କଟକର ବହୁ ଏନଏସୟୁଆଇ ନେତୃବୃନ୍ଦ ଉପସ୍ଥିତ ଥିଲେ। ଛାତ୍ର ନେତା ଅରମାନ ପ୍ରଧାନ ଧନ୍ୟବାଦ ଦେଇଥିଲେ l