
ବାରିପଦା /ଉଦଳା( କ ବ୍ୟୁ ) ତା.୨୯/୦୫ /୨୦୨୬ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶା ତଥା ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ.ଆଇ.ଆର-୨୦୨୬) କାର୍ଯ୍ୟକ୍ରମକୁ ଉଦଳା ନିର୍ବାଚନ ମଣ୍ଡଳୀରେ ସଫଳ କରିବା ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ କପ୍ତିପଦା, ଉଦଳାଙ୍କ କାର୍ଯ୍ୟାଳୟ ପରିସରରୁ ଏକ ଜନ ସଚେତନତା ରଥର ଶୁଭ ଉଦ୍ଘାଟନ କରାଯାଇଛି । ସଘନ ସଂଶୋଧନ କାର୍ଯ୍ୟକ୍ରମର ବିଶଦ ବିବରଣୀ ଜନସାଧାରଙ୍କୁ ଅବଗତ କରାଇବା ନିମନ୍ତେ ପ୍ରେରଣ କରାଯିବାକୁ ଥିବା ଉକ୍ତ ରଥକୁ ଭୋଟର ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ ପିତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ପରେ ଉକ୍ତ ରଥ ଉଦଳା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଉଦଳା ଏନଏସି, ଉଦଳା ବ୍ଲକ, କପ୍ତିପଦା ବ୍ଲକ ଏବଂ ଗୋପବନ୍ଧୁନଗର ବ୍ଲକ ଅଞ୍ଚଳ ମାନଙ୍କରେ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି । ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ମଇ ୩୦ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଥିବା ବେଳେ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ ଓ ତୃଟି ଶୂନ୍ୟ କରିବା ଏବଂ ବିଶେଷ କରି ଭୋଟରଙ୍କ ନାମ ପଞ୍ଜିକରଣ, ତ୍ରୁଟି ସଂଶୋସଧନ ତଥା ସ୍ଥାନାନ୍ତରଣ ପ୍ରକ୍ରୀୟାର ଜନ ସଚେତନତା ସୃଷ୍ଟି କରିବା ଉକ୍ତ ରଥ ପରିଭ୍ରମଣର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଏଲଓ ମାନେ ଘରକୁ ଘର ବୁଲି ପରିଗଣନା ଫର୍ମ ପୂରଣ କରିବା ସହିତ ଆବେଦନକାରୀଙ୍କୁ ସ୍ୱୀକୃତି ପତ୍ର ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ଯୋଗ୍ୟ ନିର୍ବାଚକଙ୍କ ନାମକୁ ଭୋଟର ତାଲିକାରେ ଯୋଗ କରିବା ଏବଂ ଅଯୋଗ୍ୟ ନାମକୁ ବାଦ ଦେବା ଆଦି ଉପରେ ବିଶେଷ ଧ୍ୟାନ ଦେବା ପାଇଁ ମଧ୍ୟ ବିଏଲଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ନାଗରୀକ ମାନେ ଟୋଲଫ୍ରି ନମ୍ବର ୧୯୫୦ରେ ମଧ୍ୟ ଭୋଟର ତାଲିକ ସମ୍ବନ୍ଧୀୟ ସମସ୍ତ ସୂଚନା ପାଇପାରିବେ ।
ଆଜିର ସଚେତନତା ରଥ ପରିଭ୍ରମଣ ଉଦଘାଟନ କାର୍ଯ୍ୟକ୍ରମରେ ଉଦଳା ତହସିଲଦାର ସୁପ୍ରଭା ଦାସ, ଡେପୁଟି କଲେକ୍ଟର ପ୍ରତୀକ କୁମାର ପଣ୍ଡା, ସହକାରୀ ଜିଲ୍ଲାପାଳ ପ୍ରବୀଣ କୁମାର ମାଝୀ, ତପନ କୁମାର ବାରିକ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନ, ଅତିରିକ୍ତ ତରସିଲଦାର ଦିବ୍ୟାରତ୍ନା ଦାସ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମୂରଲୀଧର ଚନ୍ଦ, ସହକାରୀ ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ବେହେରା, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନସ ରଞ୍ଜନ ନାୟକ, ସତ୍ୟ ପ୍ରକାଶ ପାତ୍ର, ରାଉତରାୟ ମୁର୍ମୁ, ଅନୁଭବ ରାଉତ, ଶ୍ରୀତମ ମହାନ୍ତି, ତାପସ ପ୍ରଧାନ, ତପୁରଞ୍ଜଜନ ପାତ୍ର, ଭବାନୀ ପଣ୍ଡା, ଇଭାନ ଦଳେଇ ସମେତ ଉଦଳା ତହସିଲର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସକ୍ରୀୟ ସହଯୋଗ କରିଥିଲେ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)