ନିଦାଘ ସମ୍ମାନ 2026 ପାଇବେ ଡକ୍ଟର ସଙ୍ଗୀତା ଗୋସାଇଁ

କଟକ : ନାଦ ନିନାଦ କଟକ ଆନୁକୂଲ୍ୟରେ ଆୟୋଜିତ ଗ୍ରୀଷ୍ମୋତ୍ସବ 2026 ଆସନ୍ତା ଜୁନ୍ 6 ଏବଂ 7 ରେ କଟକ କଳା ବିକାଶ କେନ୍ଦ୍ର ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉତ୍ସବ ରେ ବିଶିଷ୍ଟ କଣ୍ଠଶିଳ୍ପୀ ବିଦୂଷୀ ଡକ୍ଟର ସଙ୍ଗୀତା ଗୋସାଇଁ ଙ୍କୁ ନିଦାଘ ସମ୍ମାନ 2026 ପ୍ରଦାନ କରାଯିବାକୁ ସ୍ଥିର କରାଯାଇ ଅଛି , ଆଜି ଏହି କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଭାବେ ଅବଗତ କରାଇ ମର୍କତ୍ ନଗର ସେକ୍ଟର – 7 ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଘୋଷଣା କରାଯାଇଥିଲା ।

ସଭା ରେ ଅନୁଷ୍ଠାନର ସଭାପତି ଗୁରୁ ଶ୍ରୀ ଏ. ମହେଶ୍ୱର୍ ରାଓ ଏବଂ ଅନ୍ୟାନ୍ୟ କର୍ମ କର୍ତ୍ତା ଶ୍ରୀ ବିଜୟ କୁମାର ସ୍ୱାଇଁ, ଅଜୟ କୁମାର ବାରିକ୍, ଶ୍ରୀମତୀ ନମ୍ରତା ମହାନ୍ତି , ଶ୍ରୀ A ନାରାୟଣ ରାଓ, ଏ ମନ୍ଦାକିନୀ ସ୍ୱାଇଁ , ଶ୍ରୀ ବିଶ୍ୱନାଥ ମିଶ୍ର, ଶ୍ରୀ ପ୍ରସନଜିତ୍ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଦ୍ଵି ଦିବସୀୟ କାର୍ଯ୍ୟକ୍ରମ ରେ ଭାରତ ର ବିଶିଷ୍ଟ କଣ୍ଠଶିଳ୍ପୀ ଏବଂ ବଂଶୀବାଦକ ଏବଂ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି,
ସଭା ଶେଷରେ ଶ୍ରୀ ଜିତେନ୍ଦ୍ର କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *