


ରାୟଗଡ ( କ ବ୍ୟୁ ) : ରାୟଗଡା ଜିଲ୍ଲା ଠିକାଦାର ମହାସଂଘର ମହାସମାବେଶ ରାୟଗଡ ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ପଣ୍ଡା ବରଡାଗୁଡା ଆମ୍ବ ତୋଟା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ରାଜ୍ୟ ଠିକାଦାର ମହାସଂଘର ସଭାପତି ପ୍ରଭାତ ଦାଶ ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇଥିବା ବେଳେ ବୈଠକରେ ଜିଲ୍ଲାର ସମସ୍ତ ବ୍ଲକର ଶତାଧୁକ ଠିକାଦାର ଏକାଠି ଯୋଗଦେଇଥିଲେ ।ମହାସଂଘର ବରିଷ୍ଠ ଠିକାଦାରଙ୍କ ପରାମର୍ଶ କ୍ରମେ ନୂତନ ଭାବେ ବ୍ଲକ ସଂଘ ଗଠନ କରାଯାଇଥିଲା I ଜିଲ୍ଲା ବାହାରୁ ଠିକାଦାରମାନେ ଆସି ମୂଳ ରେଟ ଠାରୁ କମରେ କରିବାକୁ ଟେଣ୍ଡର ପକାଇ କାମ ହାତଉଛନ୍ତି। । ଅଧୂକ ରେଟ କାଟିବାରୁ କାମ ନିମ୍ନମାନର ହେଉଛି ବୋଲି ସଂଘ ଅଭିଯୋଗ କରିଛି । ଏତେ କମ ରେଟ୍ରେ କାମ କରିବା ଯୋଗୁ ସେଗୁଡିକ ଭଲ ହେଉନାହିଁ । ଅଳ୍ପ ଦିନରେ କାମ ଖରାପ ହେଉଛି । ଫଳରେ ସ୍ଥାନୀୟ
ଠିକାଦାର ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ରାଜ୍ୟ ରାଜକୋଷକୁରୁ କୋଟି କୋଟି ଟଙ୍କା ହରିଲୁଟ କରାଯାଉଥିବା ସଂଘ ସଦସ୍ୟମାନେ ଅଭି ଯୋଗ ଆଣିଛନ୍ତି । ଯେଉଁ ଠିକାଦାରମାନେ କାମ ନେଉଛନ୍ତି କାମ କରିବାକୁ ସେମାନଙ୍କ ନିକଟରେ ଆବଶ୍ୟକ ପରିମାଣର ଯନ୍ତ୍ରପାତି ମଧ୍ୟ ନ ଥିବା ପରିଲକ୍ଷିତ ହେଉଛି କାମ ସାରିବାକୁ ଉକ୍ତ ଠିକାଦାରମାନେ ଏଠାକାର ଲୋକଙ୍କୁ ହାତ କରି କାମ ଦେଇ କାମ କରୁଛନ୍ତି । ଜିଲା ବାହାରୁ ଠିକାଦାର ଆସି ଜିଲ୍ଲା ଠିକା କାମ କରିବା
ଫଳରେ ସ୍ଥାନୀୟ ଠିକାଦାରଙ୍କୁ କାମ ମିଳୁନାହିଁ । ଯାହା ଫଳରେ ଠିକାଦାର ମାନଙ୍କ ପାଖରେ ଥିବା କର୍ମଚାରୀଙ୍କୁ ଦରମା ଦେଇ ବସି ରହିବାକୁ ପଢୁଛି ବୋଲି ଅଭିଯୋଗ ହୋଇଛି। ତେଣୁ ବାହାର ଠିକାଦାର ମାନ ଙ୍କୁ ନ ଆସି ଯିଏ ଯାହାର ଜିଲ୍ଲା ସେହି ଠିକା ଦରକାର ମନେ ହିଁ କାମ କରି କରିବେ । ମହା। ସମାବେଶରେ ଠିକାଦାର ସୁମନ୍ତ ପରିଡା ମଞ୍ଚ ପରିଚାଳନା କରି ଥିବା ବେଳେ ସମ୍ମାନିତ ଅତିଥ୍ ଭାବେ ରାଜ୍ୟ ସଂଘ ସମ୍ପାଦକ ଭାଗ୍ୟଧର ଦାଶ, ରାୟଗଡା ଜିଲ୍ଲା ସଭାପତି ସୁଶାନ୍ତ ନାୟକ, ଜିଲ୍ଲା
କାର୍ଯ୍ୟକାରୀ ସଭାପତି ସତ୍ୟନାରାୟଣ ପାଢି, ବରିଷ୍ଠ ଠିକାଦାର ଅରୁଣ ଚୌଧୁରୀ, ଅତୂଳ ଦାଶ, ରଞ୍ଜନ ପରିଡା, କେଶବ ବ ସାହୁକାର, ଜିବନ ସାହୁ, ମମତା ବାଘ, ସନ୍ତୋଷିନି ପାତ୍ର, ପ୍ରମୁଖ ସମ୍ମାନିତ ଅତିଥ୍ ଭାବେ ମଞ୍ଚାସୀନ ଥିଲେ । ଏହି ଅବସରରେ ଯେଉଁ ଠିକାଦାର ମାନେ ସେଡ୍ୟୁଲ ଦରରେ ଟେଣ୍ଡର ପାଇଛନ୍ତି ସେମାନଙ୍କୁ ଏବଂ ଏହି ସମାବେଶ ପାଇଁ ଆର୍ଥୀକ ସହାୟତା ପ୍ରଦାନ କରିଥିବା ଠିକାଦାର ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରା ଯାଇ ଯାଇଥିଲା।ସମାବେଶରେ ବିଷମକଟକ ଠିକାଦାର ପିଣ୍ଡୁ ପଣ୍ଡା, ପିଙ୍କୁ ପାତ୍ର, ଅରୁଣ ନାୟକ, ଅମିତା ପଟ୍ଟନାୟକ, ରମାକାନ୍ତ ପଣ୍ଡା, କୁନ୍ତୁ ନାୟକ, ରିଷ୍ଣୁ ରିଷ୍ଣୁ ସାହୁ ଏବଂ ଏବଂ ଅନ୍ୟ ଠିକାଦାରଙ୍କ ସହଯୋଗରେ ସମାବେଶ ସଫଳ ହୋଇଥିଲା।
ରାୟଗଡ଼ାରୁ ସୁରେନ୍ଦ୍ର ରଥଙ୍କ ରିପୋର୍ଟ