
ପୁରୀ,୦୮/୦୪( ବଳରାମ ତ୍ରିପାଠି): ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ରତ୍ନଭଣ୍ଡାର ଗଣତିମଣତି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଟିମ୍ ପ୍ରବେଶ କରିଛି। ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରବେଶ କରିଛନ୍ତି। ଆଜିଠାରୁ ଶ୍ରୀଜିଉଙ୍କ ରତ୍ନଭଣ୍ଡାର ଦ୍ବିତୀୟ ପର୍ଯ୍ୟାୟ ଗଣତି ମଣତି ଆରମ୍ଭ ହୋଇଛି।
ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ପ୍ରାଧିକୃତ ସେବାୟତ, ଆରବିଆଇ ଅଧିକାରୀଙ୍କ ସହ ଦେଉଳକରଣ, ତଢଉକରଣ, ବଣିଆ, ଜିଓଲୋଜିଷ୍ଟ ଉପସ୍ଥିତ ଅଛନ୍ତି । ସୁନାବେଶରେ ମହାପ୍ରଭୁ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାର ପରିଧାନ କରୁଥିବା ସମସ୍ତ ଅଳଙ୍କାରର ଗଣତି ମଣତି କରାଯାଉଛି । ଏନେଇ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି କ୍ଷମା, କରନ୍ତୁ। ୭୮ ମସିହାରେ ଯେତେବେଳେ ଗଣତିମଣତି ହେଲା ସେଥିରେ ଉନ୍ନତି ଆସିଛି। ଏହାର ସଂଖ୍ୟା ବଢିଛି। କିନ୍ତୁ ସେଥିରେ କଣ ଅଛି ତାହା ପ୍ରକାଶ କରାଯାଇପାରିବ ନାହିଁ । କିନ୍ତୁ ନମ୍ୱର ୧୧୧ ଅଛି। ସେଥିରୁ ୭୮ ସୁନା ଓ ୩୩ ରୂପା ରହିଛି। ଏଇଟା ବାହାର ରତ୍ନ ଭଣ୍ଡାର । ଏଠାର ସଂଖ୍ୟା ବଢିଥାଇପାରେ କିନ୍ତୁ ନିଶ୍ଚିତ ନୁହେଁ।
୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ଗଣତି। ଏହାପରେ ୧୩ ତାରିଖ ଓ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଗଣତି ଚାଲିବ। ଗଣତି ଦିନରେ ଭିତର କାଠ ନିକଟରୁ ଦର୍ଶନ ବନ୍ଦ ରହିବ। ବାହାର କାଠ ନିକଟରୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ପରବର୍ତ୍ତୀ ଗଣତି ଦିନଗୁଡ଼ିକ ଏହି ପର୍ଯ୍ୟାୟ ପରେ ଘୋଷଣା କରାଯିବ। ବାହାର ଭଣ୍ଡାରର ଗଣତି କାର୍ଯ୍ୟ କରାଯିବ ବୋଲି କହିଛନ୍ତି। ବିଶେଷ କରି ସୁନାବେଶ, ରାଜରାଜେଶ୍ୱର ବେଶରେ ବିଭୂଷିତ ହେଉଥିବା ସୁବର୍ଣ୍ଣ ଅଳଙ୍କାର ବାହାର ଭଣ୍ଡାରରେ ରହିଛି। ତେଣୁ ଏହାର ଗଣତି ଅଧିକ ଦିନ ଚାଲିପାରେ। ଗଣତି ଅଳଙ୍କାରର 3D ମ୍ୟାପିଂ, ଫଟୋଗ୍ରାଫି, ଭିଡିଓଗ୍ରାଫି ବି କରାଯିବ। ପରେ ମଣତି ଭଣ୍ଡାର ମେକାପଙ୍କୁ ଦିଆଯିବ।
[8:51 pm, 8/4/2026] Balaram Tripathy Puri Municipality: ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରରେ ଆରମ୍ଭ ହୋଇଛି ଗଣତି ମଣତି ପ୍ରକ୍ରିୟା,କ’ଣ ଅଳଙ୍କାର ଅଛି କହି ପାରିବୁନି କହିଲେ ଜଷ୍ଟିସ ବିଶ୍ୱନାଥ ରଥ