ଓଡ଼ିଆ ପକ୍ଷ ପାଳନର ନବମ ଦିବସରେ ଆଜି ଆସ ବହିଟିଏ କିଣିବା ଦିବସ ଅନୁଷ୍ଠିତ ହୋଇଥିଲା।

ପୁରୀ ୯/୪(ବଳରାମ ତ୍ରିପାଠି): ଓଡ଼ିଆ ପକ୍ଷ ପାଳନର ନବମ ଦିବସରେ ଆଜି ଆସ ବହିଟିଏ କିଣିବା ଦିବସ ଅନୁଷ୍ଠିତ ହୋଇଥିଲା।ଆମ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବେଶ ସମୃଦ୍ଧ।ଏହାକୁ ଅଧିକ ଋଦ୍ଧିମନ୍ତ କରିବା ସହ ଆଗାମୀ ପିଢି କୁ ସାହିତ୍ୟ, ସଂସ୍କୃତି ରେ ଉଦବୁଦ୍ଧ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଓ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡଃ ଶରତ ଚନ୍ଦ୍ର ମହାପାତ୍ର।ଓଡ଼ିଆ ଭାଷା କୁ ଅଧିକ ପ୍ରଚାର ପ୍ରସାର କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପରାମର୍ଶ କ୍ରମେ ବିବିଧ ଅଧିକାରୀ ଓ କର୍ମଚାରୀ ମାନେ ଓଡ଼ିଆ ପୁସ୍ତକ ପ୍ରଦର୍ଶିତ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ଦ୍ବୟ ଏହି ବ୍ୟବସ୍ଥା ଦ୍ଵାରା ଯୁବବର୍ଗ ଆମ ମାତୃଭାଷା ପ୍ରତି ଅନୁରକ୍ତ ହେବେ ବୋଲି ଆଶା ବ୍ୟକ୍ତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ଆଦ୍ୟାଶା ରଥ, ପ୍ରିୟଦର୍ଶିନୀ ମଲ୍ଲିକ, ଅନୁଶ୍ରବ ଗନ୍ତାୟତ,ସୌମ୍ଯଶ୍ରୀ ପାଣିଗ୍ରାହୀ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ରମ, ଚନ୍ଦ୍ରପ୍ରଭା ଦେଇ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଆସ ବହି ଟିଏ କିଣିବା କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *