“ଉଦଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ”

ବାରିପଦା/ଉଦଳା( କ ବ୍ୟୁ ) ତା10/04/2026 : ମୟୁରଭଞ୍ଜ ଜ଼ିଲ୍ଲା ଅନ୍ତର୍ଗତ ଉଦଳା ଏନ. ଏ ସି କ୍ଲଷ୍ଟରର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଦଳାରେ ଚଳିତ ଶିକ୍ଷା ବର୍ଷ ନିମିତ୍ତ ତା 04/04/2026ରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି. ଉକ୍ତ ଦିବସରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମନୋରମା ବିନ୍ଧାଣିଙ୍କ ଅଧ୍ୟକ୍ଷତାରେ ଏକ ସଭା ହୋଇଥିଲା. ୱାର୍ଡକାଉନସିଲର ଉର୍ମିଳା ନାୟକଙ୍କ ସମେତ ବହୁ ଅଭିଭାବକ ଅଭିଭାବିକା ଉକ୍ତ ସଭାରେ ଯୋଗ ଦେଇଥିଲେ. ନୂଆକରି ପ୍ରବେଶ କରିଥିବା ପିଲାମାନଙ୍କୁ ଫୁଲଚନ୍ଦନ ଶଙ୍ଖ ହୁଳହୁଳି ସହ ସ୍ୱାଗତ କରି ଖଡ଼ିଛୁଆଁ ପର୍ବ ଅନୁଷ୍ଠିତ ହୋଇଥିଲା ପ୍ରତିଦିନ ଶିକ୍ଷସଚେତନତା ମୂଳକ ବିଭିନ୍ନ କାର୍ଯ୍ୟକର୍ମ ହେବା ସହ ତା 10/04/2026 ରିଖ ଶିକ୍ଷା ସଚେତନ ରଥକୁ ସି ଆର ସି ସି ଗୌରକିଶୋର ବିନ୍ଧାଣି, ଶିକ୍ଷକ ସତ୍ୟନ୍ଦୁ ଜେନା, ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଜାତା ପଣ୍ଡା, କବିତା ନାୟକ, ଆଦ୍ୟାଶା ଦାସ, ସମସ୍ତ ଛାତ୍ର ଛାତ୍ରୀ ଓ ଅଭିଭାବକ ଅଭିଭାବିକା ଉଚ୍ଚ୍ଵାସିତ ସମ୍ବର୍ଦ୍ଧନା ଜଣାଇଥିଲେ ପ୍ର. ଶି. ମନୋରମା ବିନ୍ଧାଣି ସମସ୍ତଙ୍କ ଉଦ୍ଦେଶ୍ୟରେ ଶିକ୍ଷା ସଚେତନତା ବାର୍ତ୍ତା ପ୍ରଦାନ କରି ଥିଲେ.
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *