
ପ୍ରାଣୀ ଓ ଉଦ୍ଭିଦ ଜୀବ-ଜଗତ’ରେ
ସୁନ୍ଦର ପ୍ରାଣୀ ଏ ନର,
ବୁଦ୍ଧି ଓ ବିବେକ ଅତି ଚମତ୍କାର
ରୂପ ସୌଷ୍ଠବ ସୁନ୍ଦର ।
ରୂପ-ଗୁଣେ ନର ଶରୀର ନିରୋଗ
ହେଲେ ସେହୁ ବଳବାନ,
ନିରାମୟ ସ୍ବାସ୍ଥ୍ୟ ବ୍ଯାୟାମେ ନିହିତ
ସହିତ ଖାଦ୍ୟ ସୁଷମ ।
ଚାଳି-ଚଳଣିର ବ୍ଯତିକ୍ରମେ ନର
ଭୋଗକରେ ରୋଗ-ଶୋକ,
ରୋଗର ବିନାଶେ ପ୍ରତିକାର ନିଶ୍ଚେ
ଔଷଧର ଆବଶ୍ୟକ ।
ହୋମିଓପାଥିକ ଆୟୁର୍ବେଦିକ ଓ
ଏଲୋପାଥି ତ୍ରି-ପ୍ରକାର,
ଶରୀରକୁ ସୁସ୍ଥ ନିରୋଗ ନିମନ୍ତେ
ଗବେଷଣ ନିରନ୍ତର ।
ହୋମିଓପାଥିକ ଆୟୁର୍ବେଦ ଅଟେ
ପାର୍ଶ୍ବ ପ୍ରତିକ୍ରିୟା-ହୀନ,
ଏଲୋପାଥି ଶୀଘ୍ର ଆରୋଗ୍ଯ କଲେ ବି
ପରେ ସଂକଟ ଆସୀନ ।
ହୋମିଓପାଥିକ ପ୍ରତିଷ୍ଠା ଡାକ୍ତର
ସାମୁଏଲ ହାହ୍ନେମାନ,
ଜନ୍ମ ଜୟନ୍ତୀର ଦିବସେ ସମ୍ମାନ
ଅପ୍ରେଲ ଦଶ ପାଳନ ।
ହୋମିଓପାଥିକ ଜୟକାରେ ବିଶ୍ବ
ହୋମିଓପାଥି ଦିବସ,
ସକଳ ମାନବ ସୁସ୍ଥ ନିରାମୟ
ଭାଳେ ଶମ୍ଭୁନାଥ ଦାସ ।
ଶମ୍ଭୁନାଥ ଦାସ (ମୁଖ୍ୟ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା / କୋଲକାତା