
ପାରାଦୀପ : ପାରାଦୀପ ବୃନ୍ଦାବନ କଲୋନୀ ରେ ଥିବା ନବ ପ୍ରଭାତ ଶିଶୁ ବିଦ୍ୟା ମନ୍ଦିର ୨୩ ବର୍ଷ ଧରି ବାର୍ଷିକ ଉତ୍ସବ ପାଳନ କରି ଆସୁଥିବା ବେଳେ ଏଥର ଏବର୍ଷ କୁ ନେଇ ନବ ପ୍ରଭାତ ଶିଶୁ ବିଦ୍ୟା ମନ୍ଦିର ୨୪ ବର୍ଷରେ ପଦାର୍ପଣ କରଥିବା ବେଳେ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳନ କରାଯାଇଛି l ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଜଗତ ସିଂହପୁର ଲୋକସଭା ସାଂସଦ ବିଭୂପ୍ରସାଦ ତରାଇ ଯୋଗ ଦେଇ ଥିବା ବେଳେ ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ତଥା ନବ ପ୍ରଭାତ ଶିଶୁ ବିଦ୍ୟା ମନ୍ଦିର ର ଅଧକ୍ଷ ଶ୍ରୀ ଯୁକ୍ତ ବସନ୍ତ କୁମାର ବିଶ୍ଵାଳ, ରାଷ୍ଟ୍ର ପତି ପୁରସ୍କୃତ ପାରାଦୀପ ଏନେସି ହାଇ ସ୍କୁଲ୍ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ,ବିଶିଷ୍ଟ ଶିକ୍ଷାବିତ୍ ମନୋରଞ୍ଜନ ଦାସ, ସମ୍ମାନିତ ଅତିଥି ମଣ୍ଡଳ ଶିକ୍ଷ୍ୟା ଅଧିକାରୀ କୁଜଙ୍ଗ ବ୍ଲକ ମନୋଜ କୁମାର ବେହେରା, (ସି ଆର ସି ଶି ) ସୁକାନ୍ତ କୁମାର ସ୍ବାଇଁ, ପାରାଦୀପ ପୌର ପରିଷଦ ୮ ନମ୍ୱର୍ ୱାର୍ଡ ପାରିଷଦ ଅଜିତି ଷଡ଼ଙ୍ଗୀ, ପାରାଦୀପ ପୌର ପରିଷଦ ୯ ନମ୍ୱର୍ ୱାର୍ଡ ପାରିଷଦ ସୁବ୍ରତ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ଥିବା ବେଳେ ନବ ପ୍ରଭାତ୍ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଗୁରୁମା ବବିତା ଜେନା ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା l ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇ ଥିବା ଦେଖିବାକୁ ମିଳିଥିଲା l ପ୍ରଥମେ ମୁଖ୍ୟ ଅତିଥି ପ୍ରଦିପ ପ୍ରଯୋଲାନ୍ କରି ନଡ଼ିଆ ବାଡେଇ ଉଦଘାଟନ କରିଥିଲେ l ମଞ୍ଚରେ ଉପସ୍ଥିତ ଅତିଥି ମାନଙ୍କୁ ନବ ପ୍ରଭାତ ଶିଶୁ ବିଦ୍ୟା ମନ୍ଦିର ର କୁନିକୁନି ପିଲା ମାନଙ୍କ ଦ୍ବାରା ପରିବେଷଣ କରାଯାଇ ଥିବା ନୃତ୍ୟ ଗୀତରେ ରେ ସମ୍ମାନିତ କରାଯାଇ ଥିବା ଦେଖା ଯାଇଥିଲା l ଏହି କାର୍ଯ୍ୟ କ୍ରମ ରେ ପ୍ରଧାନ ଗୁରୂମା ବାର୍ଷିକ କାର୍ଯ୍ୟ କ୍ରମ ର ପାଠ ବିବରଣୀ କରିଥଲେ l ଏଥିରେ କୁନି କୁନି ପିଲା ଙ୍କ ଦ୍ଵାରା ବିଭିନ୍ନ ସାସୁକୃତିକ୍ କାର୍ଯ୍ୟ କରାଯାଇ ଥିବା ଦେଖିବାକୁ ମିଳିଥିଲା l ପାରାଦୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ୍